ହତ୍ୟାକରି କ୍ରେନରେ ଝୁଲାଇ ରଖିଲେ ତାଲିବାନ, କହିଲେ ଏହା ହିଁ ଆମ ଶାସନ

କାବୁଲ: ଦେଶରେ ସରକାର ଗଢିବା ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ କ୍ରୁରତା ପ୍ରଦର୍ଶନ କରିଛି  । ପୁଣି ଜଣାଇଦେଇଛି ଯେ, କେତେ କ୍ରୁର ହୋଇପାରେ ତାଲିବାନ  । କେତେ ନିଷ୍ଠୁର ଏବଂ ବର୍ବର ତାଲିବାନର ଶାସନ ପଦ୍ଧତି ତାହାକୁ ପୁନର୍ବାର ଦେଖାଇଛି ତାଲିବାନ  । କାବୁଲର ଏକ ଟ୍ରାଫିକ ପୋଷ୍ଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ମୃତ ଶରୀରକୁ କ୍ରେନ ମାଧ୍ୟମରେ ଝୁଲାଇ ରଖିଛନ୍ତି  । ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସଂଚାର ପାଇଁ ଝୁଲାଇ ରଖାଯାଇଛି  ।

ଦେଶରେ ସରିୟା ଆଇନ ଲାଗୁ କରିବା ପୂର୍ବରୁ ଏହାର ପ୍ରତିଫଳନ କରିଛନ୍ତି ତାଲିବାନ  । ମହିଳାମାନଙ୍କୁ ବର୍ବର ଘଟଣା ଦେଖାଇବା ସହ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି  । ଏହି ଘଟଣା ପୁନର୍ବାର ବିଶ୍ୱକୁ ଆହ୍ୱନ ଦେଉଛି  । ଯେତେବେଳେ ସମଗ୍ର ବିଶ୍ୱ ସାଧାରଣ ମଣିଷର ଅଧିକାର ପାଇଁ ଲଢୁଛି  । ସେତେବେଳେ ଆଫଗାନିସ୍ତାନରେ ମାନବୀୟ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି  । ଧର୍ମର ଦ୍ୱାହି ଦେଇ ସାଧାରଣ ମଣିଷକୁ ଅତ୍ୟାଚାର ଦିଆଯାଉଛି  । ଏମିତି ବି ସ୍ଥିତି ହୋଇଛି ଯେ, ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଝୁଲାଇ ରଖାଯାଉଛି  ।

ଏହି ଘଟଣାକୁ ଆଫଗାନିସ୍ତାନର ଜଣେ ସାମ୍ବାଦିକ ହିଜ୍ଜାବୁଲ ଖାନ ଟ୍ୱିଟ କରିବା ସହ ଲେଖିଛନ୍ତି, ତାଲିବାନ ଏହି ମୃତ ଦେହରେ ପୋଷ୍ଟର ଲଗାଇ ଲେଖିଛନ୍ତି ଯେ, ଆମେ ସମଗ୍ର ସହରରେ ଏବେ ଶାସନ ଆରମ୍ଭ କରିଛୁ ଏବଂ ଏହା ତାହାର ପରିଣାମ  । ସେପଟେ ଅନେକ ନିରୀହ ଶିଶୁଙ୍କୁ ପରିବା ବିକିବା କାର୍ଯ୍ୟରେ ତାଲିବାନୀ ମାନେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି  । ଏଭଳି ଚିତ୍ର ଏବେ ପୁଣି ଥରେ ତାଲିବାନର କ୍ରୁର ଶାସନକୁ ପ୍ରତିଫଳନ କରିଛି  ।

Leave a Reply