ଜାପନ ସରକାରଙ୍କ ନିଷ୍ପତ୍ତି: ସପ୍ତାହକୁ ୪ଦିନ କାର୍ଯ୍ୟ କରିବେ କର୍ମଚାରୀ, ବିବାହ ଓ ସନ୍ତାନ ଜନ୍ମ କରିବାକୁ ମିଳିବ ଛୁଟି

ଟୋକିଓ: ଜାପାନ ସବୁବେଳେ ତାହାର ଉନ୍ନତ ପ୍ରଣାଳୀ ଏବଂ ସଠିକ୍ ନିଷ୍ପତ୍ତି ପାଇଁ ଜଣାଶୁଣା । ଏଠିକାର ସରକାର ନିକଟରେ କମ୍ପାନୀକୁ କହିଛି ଯେ, କର୍ମଚାରୀମାନଙ୍କୁ ସପ୍ତାହକୁ ୫ ଦିନ ପରିବର୍ତ୍ତେ ୪ ଦିନ କାମ କରିବା ପାଇଁ ବିକଳ୍ପ ଦେଉ। ତେବେ କର୍ମଚାରୀମାନେ ସପ୍ତାହକୁ ଚାରି ଦିନି ଅନୁସାରେ କେଉଁ କେଉଁ ଦିନ କର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହା ବାଛିବାର ଅଧିକାର କର୍ମଚାରୀମାନଙ୍କୁ ଦିଆଯିବ ।

ସୂଚନା ଅନୁସାରେ, ଜାପାନ ସରକାର ଲୋକଙ୍କୁ ଚାକିରି, ପାରିବାରର ଦାୟିତ୍ୱ ଏବଂ ନୂଆ କୌଶଳ ଶିଖିବାର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ଚାହୁଁଛନ୍ତି । ତେବେ ଏହି ନିଷ୍ପତ୍ତି ସେମାନଙ୍କ ଜୀବନକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି। ଜାପାନ ସରକାର ମଧ୍ୟ ଏ ସମ୍ପର୍କରେ ଏକ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏହି ନିଷ୍ପତିକୁ ନେଇ ଦେଶରେ ତର୍କବିତର୍କ ଆରମ୍ଭ ହୋଇଛି ।

ଅର୍ଥନୀତିରେ ଉନ୍ନତିର ଆଶା

ଜାପାନ ସରକାର ଆଶା କରିଛି ଯେ, ଯଦି ଲୋକମାନେ ସପ୍ତାହକୁ ଚାରି ଦିନ କାର୍ଯ୍ୟ କରନ୍ତି ତେବେ ସେମାନଙ୍କୁ ଅତିରିକ୍ତ ଛୁଟି ମିଳିବ । ଏହାସହ ସେମାନେ ବାହାରକୁ ଯାଇ ଖର୍ଚ୍ଚ କରିପାରିବେ । ଏବଂ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ।

ଜନ୍ମ ହାର ହ୍ରାସ ପାଇବା ସମସ୍ୟାର ସମାଧାନ ହେବ

ଏଭଳି କରିବା ଦ୍ୱାରା ଆଶା କରାଯାଉଛି ଯେ ଯୁବ ଦମ୍ପତି ଛୁଟିରେ ଯିବେ । ପରସ୍ପର ସହ ଅଧିକ ସମୟ ବିତାଇବେ । ଏବଂ ବିବାହ କରିବେ ଏବଂ ସନ୍ତାନ ଜନ୍ମ କରିବେ । ଏମିତି କରିବା ଦ୍ୱାରା ଜାପାନର ଜନ୍ମ ହାର ହ୍ରାସ ସମସ୍ୟା ଦୂର ହେବ ।

କରୋଶୀକୁ ଏଡ଼ାଇବାରେ ପ୍ରଭାବଶାଳୀ

ଜାପାନରୁ ସାଧାରଣତଃ ଖବର ଆସିଥାଏ ଯେ ଲୋକମାନେ ଅଧିକ ପରିଶ୍ରମ ଯୋଗୁଁ ଅସୁସ୍ଥ ହୋଇପଡ଼ୁଛନ୍ତି କିମ୍ବା କର୍ମଚାରୀମାନେ ଚାପ ଯୋଗୁଁ ନିଜ ଜୀବନ ଦେଉଛନ୍ତି । ଏହାକୁ ଜାପାନରେ କରୋସି କୁହାଯାଏ । ଏହାର ଅର୍ଥ ହେଉଛି ଅତ୍ୟଧିକ କାର୍ଯ୍ୟ ହେତୁ ମୃତ୍ୟୁ । ତେଣୁ ଏହି ଯୋଜନା କରୋଶୀକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ତେବେ କମ୍ପାନୀଗୁଡିକ ଏହି ପରାମର୍ଶଗୁଡିକୁ ପସନ୍ଦ କରୁଛନ୍ତି ।

ଆୟ ହ୍ରାସ ହେବାର ସମ୍ଭାବନା ମଧ୍ୟ ଅଛି

କିଛି ଅର୍ଥନୀତିଜ୍ଞ କହିଛନ୍ତି ଯେ ଏହି ଯୋଜନାରେ ତ୍ରୁଟି ରହିଛି। ଜାପାନ ପୂର୍ବରୁ ଶ୍ରମ ଅଭାବ ସହ ମୁକାବିଲା କରୁଛି। ଏଭଳି ପରିସ୍ଥିତିରେ କର୍ମଚାରୀମାନେ ମଧ୍ୟ ଚିନ୍ତିତ ଅଛନ୍ତି ଯେ କମ୍ ଦିନ କାମ କରିବା ଦ୍ୱାରା ସେମାନଙ୍କର ଆୟ ହ୍ରାସ ହୋଇପାରେ।

Leave a Reply