ଚୋରି ମାମଲାରେ ବନ୍ଧାହେଲେ ଓ୍ବେବ ସାମ୍ବାଦିକ

ବାଲେଶ୍ବର: ପୋଲିସ କବଜାରେ ଓ୍ବେବ ସାମ୍ବାଦିକ । ଚୋରି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କଲା ସୋର ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୬ଟି ଚୋରା ସ୍କୁଟି ଓ ୬ଟି ବାଇକ ଜବଦ କରିଛି  ପୋଲିସ । ଓ୍ବେବ ମିଡିଆ  ସାମ୍ବାଦିକ ଆନନ୍ଦ ପାଲ ସହ ଦୁଇ ସହଯୋଗୀ ଗିରଫ । ମାଷ୍ଟର ମାଇଣ୍ଡ ଆନନ୍ଦ ପାଲ ବାଇକରେ ପ୍ରେସ ଲେଖି ଚଳାଇ ଥିଲା ଚୋରା ସାମ୍ରାଜ୍ୟ । ଔପଦା ଥାନା ବଡ଼ପୋଖରୀ ଗାଁର ଶଶୀକାନ୍ତ ବେହେରାଙ୍କ ଘର ସମ୍ମୁଖରେ ୧୩ ସ୍କୁଟି ଓ ବାଇକ ଦେଖି ଲୋକ ସନ୍ଦେହ ବଢିଥିଲା । ଏନେଇ ଖବର ପାଇବା ପରେ  ପୋଲିସ ପହଁଚି ବାଇକ ଓ ସ୍କୁଟିକୁ ଜବତ କରିଛି ।  ଘଟଣାର ତଦନ୍ତ ବେଳେ ଚୋରି ରାକେଟର ପଦ୍ଦାଫାସ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଆନନ୍ଦ ପାଲ ନାଁରେ ବାରିପଦା, ଲାଲବାଗ ଓ ସିଂଗଲା ଥାନାରେ ରହିଛି ଅନେକ ମାମଲା । ଅଭିଯୁକ୍ତଙ୍କ ଠାରୁ ଫେକ ଆଇଡିକାର୍ଡ, ଲାପଟପ,ପେନଡ୍ରାଇଭ ଜବତ କରାଯାଇଛି ।