ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧୀ

ଜୟପୁର: ରାଜ୍ୟସଭା ପାଇଁ ଲଢ଼ିବେ ସୋନିଆ। ରାଜସ୍ଥାନ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ଜୟପୁରରେ ନିଜ ସମର୍ଥକଙ୍କ ସହ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି ସୋନିଆ  । ଉତ୍ତରପ୍ରଦେଶର ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି ସୋନିଆ ଗାନ୍ଧୀ।

୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି।