ଦୀପାବଳୀ ହେଉ କି ହୋଲି, ଫଟୋ ପୋଷ୍ଟ କଲେ ହେଉଛନ୍ତି ଟ୍ରୋଲ୍, ସୋହା ଅଲ୍ଲୀ ଖାନ କହିଲେ..

ନନ୍ଦିଘୋଷ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ହେଉଛନ୍ତି ସୈଫ ଅଲ୍ଲୀ ଖାନଙ୍କ ଭଉଣୀ । ସେ ଜଣେ ମୁସଲମାନ ପରିବାରର ହୋଇଥିବାବେଳେ ହିନ୍ଦୁ ଘରେ ବିବାହ କରିଛନ୍ତି । ଅଭିନେତା କୁନାଲଙ୍କୁ ସେ ବିବାହ କରିଛନ୍ତି । ବାହାଘରକୁ ୧୦ ବର୍ଷ ହେଲାଣି । କିନ୍ତୁ ଏବେ ବି ଯଦି ସେ ହିନ୍ଦୁ ଧର୍ମର କୌଣସି ପୂଜା ପର୍ବାଣିରେ ଯଦି ଫଟୋ ପୋଷ୍ଟ କରନ୍ତି ତାହେଲେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏପରିକି ବାରମ୍ବାର ତାଙ୍କୁ ପଚରା ଯାଉଛି କି ? ତୁମେ ଉପବାସ କରୁଛ କି ? ’ଛୋରୀ ୨’ ରିଲିଜ ହୋଇଥିବାବେଳେ ଏହି ଫିଲ୍ମର ପ୍ରମୋସନ ପାଇଁ ଯାଇଥିବା ଏକ ଚ୍ୟାନେଲର ଇଣ୍ଟରଭିୟ୍ୟୁ ସମୟରେ ସେ ଏଭଳି ନିଜ ମନର ଦୁଃଖ କଥା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି, ମୁଁ ଟିକେ ମୋଟା ହୋଇ ଯାଇଛି । ଯାହାକୁ ନେଇ ମୋତେ ଯେତେ ଦୁଃଖ ଲାଗୁନି ଧର୍ମକୁ ନେଇ ବାରମ୍ବାର ଟ୍ରୋଲ କରାଯିବା ଏବଂ ପ୍ରଶ୍ନ କରିବାକୁ ନେଇ ମୋତେ ବହୁତ ଦୁଃଖ ଲାଗୁଛି । ମୋ ମାଆ ମଧ୍ୟ ଜଣେ ହିନ୍ଦୁ ଥିଲେ । କିନ୍ତୁ ମୋତେ ଏଭଳି କାହିଁକି ଟ୍ରୋଲ କରୁଛନ୍ତି ବୋଲି ସେ କହିଛନ୍ତି । ତେବେ କହି ରଖୁଛୁ କି, କୁନାଲଙ୍କ ସହ ବହୁ ଫିଲ୍ମରେ ଅଭିନୟ କରିବା ପରେ ଉଭୟ ପ୍ରେମରେ ପଡ଼ିଥିଲେ । ସେମାନେ ୨୦୧୫ରେ ବିବାହ କରିଛନ୍ତି । ୨୦୧୭ରେ ସେମାନେ ନିଜର ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ।