ଆଦିତ୍ୟ ମୃତ୍ୟୁ ମାମଲା, ଜିଆରପି ମାଗିଲା ଟ୍ରେନ୍ ତାଲିକା

1 min read

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ଉଠୁନି ସସପେନ୍ସ । ହତ୍ୟା ମାମଲା ରୁଜୁ କରିଥିବା ଜିଆରପି ମାଗିଛି ଟ୍ରେନ୍ ତାଲିକା । ସୋମବାର ସନ୍ଧ୍ୟାରୁ ମଙ୍ଗଳବାର ସକାଳ । ଲିଙ୍ଗରାଜ ରୋଡ୍ ଦେଇ କେଉଁ କେଉଁ ଟ୍ରନ୍ ଯାଇଛି ରେଲୱେକୁ ଜିଆରପି ସେସବୁର ଲିଷ୍ଟ ମାଗିଛି । ଟ୍ରେନ୍ ତାଲିକା ମିଳିବା ପରେ ଲୋକୋ ପାଇଲଟ୍ କହିପାରିବେ ସେଦିନ କେହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି ନାହିଁ ।

ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଘଟଣାକ୍ରମ

ସୋମବାର ସନ୍ଧ୍ୟାରେ ପତି-ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ଘରୁ ଚାଲି ଆସିଥିଲେ ଆଦିତ୍ୟ । ବୁଲାବୁଲି କରିବା ପରେ ସେ ଲିଙ୍ଗରାଜ ରୋଡ୍ ଷ୍ଟେସନରେ ବସିଥିଲେ । ପରେ ଏପଟ ପ୍ଲାଟଫର୍ମରୁ ସେପଟ ପ୍ଲାଟଫର୍ମକୁ ଯାଇଥିଲେ । ତା’ପରେ କୁଆଡ଼େ ଗଲେ ଆଦିତ୍ୟ, କେହି ଜାଣିପାରିଲେନି । ସ୍ତ୍ରୀ ବିଦ୍ୟାଶ୍ରୀ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ ରିସିଭ୍ କରିନଥିଲେ । ବିଦ୍ୟାଶ୍ରୀ ଆଦିତ୍ୟଙ୍କ ସାଙ୍ଗମାନଙ୍କୁ ଏକଥା ଜଣାଇବା ପରେ ଖୋଜାଖୋଜି କରିଥିଲେ ସାଙ୍ଗମାନେ । ହେଲେ, ସୋମବାର ରାତିରେ ମିଳିନଥିଲା ଆଦିତ୍ୟଙ୍କ ଖବର ।

ଆଦିତ୍ୟଙ୍କ ପତ୍ନୀଙ୍କ ଖୁଲାସା, ୩ ଦିନ ହେଲା ମନରେ ଥିଲା ଡର

ଟ୍ରେନ୍ ଟ୍ରାକରେ ରକ୍ତାକ୍ତ ମୃତଦେହ

ମଙ୍ଗଳବାର ସକାଳୁ ସ୍ତ୍ରୀ ବିଦ୍ୟାଶ୍ରୀ ପୁଣି ଆଦିତ୍ୟଙ୍କୁ ଖୋଜିବାକୁ ବାହାରିଥିଲେ । ଚାରିଆଡ଼ ଖୋଜାଖୋଜି ପରେ ବିଦ୍ୟାଶ୍ରୀ ପହଞ୍ଚିଥିଲେ ଘର ପାଖରେ ଥିବା ଲିଙ୍ଗରାଜ ରୋଡ୍ ଷ୍ଟେସନରେ । ଯେଉଁଠି ମୃତଶରୀରକୁ ଘେରି ରହିଥିଲେ କିଛି ଲୋକ । ଶରୀରକୁ ଦେଖି ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ଚିହ୍ନି ପାରିଥିଲେ । ତାପରେ ପବନ ବେଗରେ ଖେଳି ଯାଇଥିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଖବର ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ହତ୍ୟା ନା ଆତ୍ମହତ୍ୟା ?

ଟ୍ରେନ୍ ଟ୍ରାକରୁ ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିବା ପରେ ଏହାକୁ ସମସ୍ତେ ଆତ୍ମହତ୍ୟା ବୋଲି କହୁଥିଲେ । କାରଣ ଘରୁ ଆସିବାର କିଛି ସମୟ ପୂର୍ବରୁ ଆଦିତ୍ୟଙ୍କ ଫେସବୁକରେ ଲେଖାଥିଲା ‘ମୃତ୍ୟୁ ଯେତେବେଳେ ଆସେ ଧିରେ ଧିରେ ଆସେ, କେହି ଜାଣିପାରନ୍ତି ନାହିଁ । ଏହି ପୋଷ୍ଟ ଆଦିତ୍ୟଙ୍କ ଆତ୍ମହତ୍ୟାର ଆଲୋଚନାକୁ ଆଉ ଟିକିଏ ଖୋରାକ୍ ଯୋଗାଇ ଥିଲା । ତା’ପରେ ୮ ତାରିଖରେ ଜିଆରପିକୁ ମିଳିଥିଲା ଆଦିତ୍ୟଙ୍କ ଡାଏରୀ । ସୁଇସାଇଡାଲ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖା ଯାଇଥିଲା । ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆଦିତ୍ୟ ଗଢ଼ି ତୋଳିଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ‘ପିପୁଲ୍ ଫର ସେବା’ର ସଦସ୍ୟ ଜିଆରପିରେ ଏତଲା ଦେଇଥିଲେ । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

ମିଳିଲା ଆଦିତ୍ୟଙ୍କ ଆତ୍ମହତ୍ୟା ପୂର୍ବର ହାତଲେଖା, ‘ମୋ ମୃତ୍ୟୁ ପାଇଁ…’

Leave a Reply