ଆଦିତ୍ୟଙ୍କ ପତ୍ନୀଙ୍କ ଖୁଲାସା, ୩ ଦିନ ହେଲା ମନରେ ଥିଲା ଡର

1 min read

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ପରେ ନାନା ପ୍ରଶ୍ନ ଉଠିଛି । ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ, ତାଙ୍କ ପତ୍ନୀଙ୍କ ବୟାନ ଅଲଗା କିଛି କହୁଛି । ଆଦିତ୍ୟ ୩ ଦିନ ହେଲା ଡରୁଥିଲେ ବୋଲି ତାଙ୍କ ପତ୍ନୀ ବିଦ୍ୟାଶ୍ରୀ କହିଛନ୍ତି । ଏପରିକି ଆଦିତ୍ୟ ଉପର ମହଲାରୁ ରାତିରେ ତଳକୁ ଗେଟ୍ ତାଲା ପକାଇବାକୁ ଆସୁନଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି । ସେ ଆତ୍ମହତ୍ୟା କରିନଥିବେ ବୋଲି ସ୍ତ୍ରୀ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ତେବେ, ସେ ସମାଜ ସେବା କରୁଥିବାରୁ ତାଙ୍କୁ ହତ୍ୟା କରା ଯାଇଥାଇପାରେ । ପୂର୍ବରୁ ମୁଣ୍ଡରେ ଚୁଟି ରଖିବାକୁ ଭଲ ପାଉଥିବା ଆଦିତ୍ୟ କିଛିଦିନ ତଳେ ଚୁଟି କାଟି ଦେଇଥିଲେ । ଗୁଣିଗାରେଡ଼ି ଉପରେ ଆଦିତ୍ୟ ବିଶ୍ୱାସ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ସେ ଭଲ ବୁଝାନ୍ତି, ତାଙ୍କ ଭିଡିଓ ଦେଖି ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକ ବି ଫେରିଆସନ୍ତି । ଝଗଡ଼ା କେବେ ବି ତାଙ୍କ ପାଇଁ କୌଣସି ମାଇନା ରଖେନି । ବରଂ ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଛି ବୋଲି ବିଦ୍ୟାଶ୍ରୀ କହିଛନ୍ତି ।

ସେ ଅନ୍ଧାରକୁ ଯାଆନ୍ତି ନାହିଁ । ସେ ଗୁଣି ଗାରେଡ଼ିକୁ ବିଶ୍ୱାସ କରୁଥିବା ବେଳେ ଗୁଣି ହେଲେ ଜାଣିପାରନ୍ତି । ତାଙ୍କୁ କିଏ ଗୁଣି କରି ଷ୍ଟେସନ ନେଇ ମାରିଥିବା ନେଇ ବିଦ୍ୟାଶ୍ରୀ ସନ୍ଦେହ ପ୍ରକାଶ କରିଛନ୍ତି । ଏବଂ ଉଭୟଙ୍କ ବିବାହ ପୂର୍ବରୁ ଏମିତି କିଛି ବ୍ଲାକ୍ ମ୍ୟାଜିକ ସେମାନଙ୍କ ହୋଇଥିବା ବିଦ୍ୟାଶ୍ରୀ କହିଛନ୍ତି । ପୋଲିସ ତଦନ୍ତ ପରେ ହିଁ ସବୁକିଛି ପରଦା ହଟିବ ।

ଏଥିସହ ପଢ଼ନ୍ତୁ- ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

(ଭୁବନେଶ୍ୱରରୁ ଅରୁଣ ସାହୁ)

ଭୁବନେଶ୍ୱରରେ ଜଣେ ସମାଜସେବୀଙ୍କ ମୃତ୍ୟୁ… ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି

#ଭୁବନେଶ୍ୱରରେ_ଜଣେ_ସମାଜସେବୀଙ୍କ_ମୃତ୍ୟୁ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର ହୋଇଛି । ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି ।

Nandighosha TV यांनी वर पोस्ट केले मंगळवार, ७ जुलै, २०२०

Leave a Reply