ଉଚ୍ଛେଦ ବେଳେ ପୋଲିସ-ବସ୍ତି ବାସିନ୍ଦା ମୁହାଁମୁହିଁ

Slum People Against Eviction In City

ଭୁବନେଶ୍ୱର: ବସ୍ତି ଉଚ୍ଛେଦକୁ ବିରୋଧ । ରେଳ ମାର୍କେଟ ନିକଟ ସାଇନଥ ବସ୍ତି ଉଚ୍ଛେଦକୁ ବିରୋଧ କରାଯାଇଛି । ପୋଲିସ ଓ ବସ୍ତିବାସିନ୍ଦାଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇଛି । ବସ୍ତି ଉଚ୍ଛେଦ ପାଇଁ ପହଞ୍ଚିଥିବା ବିଡିଏ କର୍ମଚାରୀଙ୍କୁ ବିରୋଧ କରିଛନ୍ତି ସାଇନାଥ ବସ୍ତି ବାସିନ୍ଦା । ଟ୍ରାଞ୍ଜିଟ ହାଉସକୁ ଯିବେ ନାହିଁ କି ସାଇନାଥ ବସ୍ତିରୁ ଉଠିବେ ନାହିଁ ବୋଲି ବସ୍ତି ବାସିନ୍ଦା ଜିଦ୍ ଧରିବା ସହ ସାଇନାଥ ବସ୍ତି ପାଖାପାଖି ରହିବା ପାଇଁ ଜାଗା ଦିଆଯାଉ ବୋଲି ଦାବି କରିଛନ୍ତି ।

Slum People Against Eviction In City

ଉଚ୍ଛେଦ ବନ୍ଦ ନେଇ ବସ୍ତି ବାସିନ୍ଦା ହାଇକୋର୍ଟରୁ ଷ୍ଟେ ଅର୍ଡର ମଧ୍ୟ ଆଣିଛନ୍ତି । ଉଚ୍ଛେଦ ପାଇଁ ଆସିଥିବା ଜେସିବି ଅଟକାଇବା ବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ବିଡିଏର ମିଳିତ ସ୍କ୍ୱାଡ୍ ଓ ବସ୍ତିବାସିନ୍ଦା ମୁହାଁମୁହିଁ ହୋଇଥିଲେ । କିଛି ବସ୍ତି ବାସିନ୍ଦା ସ୍କ୍ୱାଡର ମହିଳା କର୍ମଚାରୀଙ୍କୁ ପଥର ଫୋଫାଡ଼ିଥିଲେ । ଉଚ୍ଛେଦ ଜାରି ରଖିବାକୁ ବିଡିଏ, କମିଶନରେଟ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।

Slum People Against Eviction In City

ଅତ୍ୟଧିକ ବିରୋଧ ଯୋଗୁ ବିଡିଏ ଉଚ୍ଛେଦ କାର୍ଯ୍ୟ ବନ୍ଦ ରଖିଛି । ଡମଣାରୁ ଆସୁଥିବା ଶହେ ଫୁଟିଆ ରୋଡ୍ ପାଇଁ ଉଚ୍ଛେଦ କରାଯାଉଥିବା କହିଛନ୍ତି ବିଡିଏ ଏନଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର । ତେବେ ବିଏମସି ପକ୍ଷରୁ ସେମାନଙ୍କ ରହିବା ପାଇଁ ଟ୍ରାଞ୍ଜିଟ୍ ହାଉସରେ ସମ୍ପୂର୍ଣ୍ଣ ବନ୍ଦୋବସ୍ତ କରାଯାଇଛି । ଉଛେଦ ଜାରି ରହିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply