କାର୍‌, କଙ୍କାଳ ଓ କାହାଣୀ ! ପରିଚୟ ଖୋଜୁଛି ପୋଲିସ, ସାମ୍ନାକୁ ଆସିଲା ରହସ୍ୟମୟ ଚିଠି..

Car

କାର୍‌, କଙ୍କାଳ ଓ କାହାଣୀ । କଙ୍କାଳର ପରିଚୟ ଖୋଜୁଛି ପୋଲିସ । କିଏ ସେହି ମହିଳା ? କ’ଣ ତାଙ୍କ ପରିଚୟ ? ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍‌ ଭିତରୁ ରହସ୍ୟମୟ କଙ୍କାଳ ଉଦ୍ଧାର ଘଟଣାରେ ଜାରି ରହିଛି କମିଶନରେଟ ପୋଲିସର ଖୋଳତାଡ । କଙ୍କାଳର ପରିଚୟ ପାଇଁ ପ୍ରସ୍ତୁତ ହେବ ସ୍କେଚ୍ । ଏଥିପାଇଁ ମହିଳାଙ୍କ ଖପୁରିକୁ ହାଇଦ୍ରାବାଦକୁ ମ୍ୟାପିଙ୍ଗ୍‌‌ ଲାଗି ପଠାଯାଇଛି ।

କେଉଁ ପରିସ୍ଥିତରେ ମହିଳାଙ୍କର ମୃତ୍ୟୁ ହେଲା ? ଯୋଜନବଦ୍ଧ ଭାବରେ ହତ୍ୟା କାରଯାଇଛି କି ? ଏସବରୁ ସତ ଜାଣିବା ପାଇଁ ଜବତ ଖପୁରୀ ଓ କଙ୍କାଳର ସ୍କେଚ୍‌ ଓ ମ୍ୟାପିଙ୍ଗ୍‌ କରିବ ପୋଲିସ । ଏଥିପାଇଁ ନରକଙ୍କାଳକୁ ହାଇଦ୍ରାବାଦ ପଠାଯାଇଛି । ତେବେ ଏହି ଘଟଣା ପୋଲିସକୁ ମଧ୍ୟ ସନ୍ଦେହ ଘେରକୁ ଆଣିଛି । ଘଟଣାର ସମ୍ବେଦନଶୀଳତାକୁ ଦେଖି ତଦନ୍ତ ପାଇଁ ମହିଳା ଥାନାକୁ ଦିଆଯାଇଛି ଦାୟିତ୍ୱ । ଯାଆଁଳା ଫାଣ୍ଡି ପରିସରରେ ଜବତ କାର୍‌ ଭିତରୁ ନରକଙ୍କାଳ ମିଳିଥିବାରୁ ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଜବତ କାର୍‌ରୁ ନରକଙ୍କାଳ ପରେ ନିକଟରୁ ମିଳିଛି ଏକ ହାତ ଲେଖା ଚିଠି । ୨୦୧୫ ମସିହାର ଏକ ଡାଏରୀ ଫର୍ଦ୍ଦରେ ଇଂରାଜୀରେ ଏହି ଚିଠି ଲେଖାଯାଇଛି । ଚିଠିର ହେଡର ରହିଛି ଲାଇଫ୍ ଲାଇନ୍ । ଏଥିରେ ଜଣଙ୍କ ପ୍ରେମ ଭାବନା ବ୍ୟକ୍ତ କରାଯାଇଛି । ତେବେ ଏହି ଚିଠି କିଏ, କାହିଁକି, କାହା ଉଦ୍ଦେଶ୍ୟରେ ଲେଖିଛି ତାହା ଜଣାପଡିନାହିଁ । ଚିଠିଟି ମଝିରୁ ଚିରିଯାଇଛି । ମହିଳାଙ୍କ ମୃତ୍ୟୁ ସହ ଏ ଚିଠିର କ’ଣ ରହିଛି ସମ୍ପର୍କ ?

ରହସ୍ୟମୟ କଙ୍କାଳ ମିଳିବା ପରେ ଉଠିଛି ଅନେକ ପ୍ରଶ୍ନ । ମହିଳା ଜଣଙ୍କୁ ଦୁର୍ଷ୍କମ ପରେ ହତ୍ୟା କରାଯାଇଛି କି ? ଘଟଣାସ୍ଥଳରୁ ମିଳିଥିବା ଚିଠି ସିହତ ମହିଳାଙ୍କର ସଂପୃକ୍ତି ଅଛି କି ? ଘଟଣାକୁ ପୋଲିସ ଚାପି ଦେବାକୁ ଚାହୁଁ ଥିଲା କି ? ଭୁବନେଶ୍ୱର ବାହାରୁ ହତ୍ୟା କରି ଦିଗହରା କରିବାକୁ ଫାଣ୍ଡି ପରସରରେ ଜବତ ଗାଡ଼ିରେ ଫିଙ୍ଗାଯାଇଥିଲା କି ? ନା ମହିଳା ଜଣଙ୍କ କାର୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ? ଏଭଳି ପୁଞ୍ଜା ପୁଞ୍ଜା ପ୍ରଶ୍ନ ଏବେ ପୋଲିସ ଆଗରେ ଛିଡ଼ା ହୋଇଛି ।

Leave a Reply