ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ପରେ କଟକକୁ ସଟ୍‌ଡାଉନ୍‌ ତାଲିକାରେ ସାମିଲ କଲେ ରାଜ୍ୟ ସରକାର

କଟକ: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । କଟକରୁ ଚିହ୍ନଟ ହେଲେ ଷଷ୍ଠ କରୋନା ଆକ୍ରାନ୍ତ । ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ନିକଟ ଅତିତରେ ସେ ଦିଲ୍ଳୀରୁ ଫେରିଥିଲେ । କଟକରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସଟଡାଉନ୍ ସହର ତାଲିକାରେ କଟକକୁ ସାମିଲ କଲେ ରାଜ୍ୟ ସରକାର । ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ଲାଗୁ ରହିବ ସଟ୍ ଡାଉନ୍‌ । ଏହି ସମୟ ମଧ୍ୟରେ କରୋନା ଆକ୍ରାନ୍ତ ଜଣଙ୍କ କେଉଁ ବ୍ୟକ୍ତିଙ୍କ ସମ୍ପର୍କରେ ଆସଥିଲେ ସେ ନେଇ ତଥ୍ୟ ସଂଗ୍ରହ କରାଯିବ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

ତେବେ କଟକର ଷଷ୍ଠ କରୋନା ଆକ୍ରାନ୍ତ ସମ୍ପର୍କରେ ସୂଚନା ମିଳିବା ପୂ୍ବରୁ ଆଜି ସାମ୍ୱାଦିକ ସମ୍ମିଳନୀରେ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌କୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

Leave a Reply