ସମ୍ବଲପୁରରେ ହରପାର୍ବତୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ସମ୍ବଲପୁର: ଆଜି ବାବା ବାଲୁଙ୍କେଶ୍ବରଙ୍କ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଏଥିପାଇଁ ଉଠୁଛି ପଡୁଛି ସମ୍ବଲପୁର ସହର । ରାତିରେ ଦେବ ଦମ୍ପତିଙ୍କ ବିବାହ ସରିଥିବାବେଳେ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ସହରରେ ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଭିଡ ଜମିଛି । ଗତକାଲି ରାତିରେ ବାହାରିଥିଲା ମହାଦେବଙ୍କ ବରଯାତ୍ରୀ । ନର, ବାନର, ଭୁତ, ପ୍ରେତ ଓ ପିଶାଚଙ୍କୁ ସାଥୀରେ ଧରି ବରଯାତ୍ରୀରେ ଯାଇଥିଲେ ଦେବ ଦେବ ମହାଦେବ । ସହରର ପ୍ରମୁଖ ତିନି ଯାତ୍ରା କମିଟି ନନ୍ଦପଡା, ଝାଡୁଆପଡା, ମୁଦିପଡାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ବାଜା, ବାଣ, ରୋଷଣୀରେ ମହାଦେବ ବରବେଶରେ ଯାଇ ମାତାଙ୍କ ହାତ ଧରିଥିଲେ । ଏକ ବିଶାଳ ପଟୁଆରେ ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ମଧ୍ୟ ରାତ୍ରିରେ ମାତାଙ୍କ ହାତ ଧରିଥିଲେ ଭୋଳାନାଥ ।