କେକେଙ୍କୁ ଅଶ୍ରୁଳ ବିଦାୟ, ଶୋଭାଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକେ

ମୁମ୍ବାଇ: ପରଲୋକଗତ ଗାୟକ କ୍ରିଷ୍ଣାକୁମାର କୁନ୍ନାଥଙ୍କୁ ଅଶ୍ରୁଳ ବିଦାୟ । ମୁମ୍ବାଇରେ ଆୟୋଜିତ ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଛନ୍ତି। କେକେଙ୍କ  ମରଶରୀରକୁ ତାଙ୍କ ବାସଭବନରୁ ଶ୍ମଶାନ ଅଭିମୁଖେ ନିଆଯାଇଛି । ଶେଷ ଦର୍ଶନ ଲାଗି ବାସଭବନରେ ଲାଗିରହିଥିଲା ଶୋକାକୁଳ ଫ୍ୟାନଙ୍କ ଭିଡ଼ ।

ସେପଟେ କେକେଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଛି ତଥ୍ୟ । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ତେଣେ କୋଲକାତାର ନଜରୁଲ ମଞ୍ଚ ଷ୍ଟାଡିଅମରେ ଗତ ୩୧ ତାରିଖ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଲୋକଙ୍କ ସମାଗମ ହୋଇଥିବା ଜଣାପଡ଼ିଛି ।

ଅଡିଟୋରିୟମର ସାମର୍ଥ୍ୟ ୨ ହଜାର ୪୮୨ ଥିବାବେଳେ ସେହିଦିନ ଦୁଇ ଗୁଣ ଦର୍ଶକ ଥିବା କୁହାଯାଇଛି । ତେବେ କେକେଙ୍କ ମୃତ୍ୟୁ ପଛରେ କୌଣସି ସନ୍ଦିଗ୍ଧ କାରଣ ନାହିଁ ବୋଲି ପୋଲିସ କହିଛି । କ୍ଲିନିକାଲ ଏକଜାମିନେସନରୁ ଏହା ବି ସ୍ପଷ୍ଟ ହୋଇଛି ଦୀର୍ଘ ଦିନ ଧରି କେକେଙ୍କ ହୃଦରୋଗ ସମସ୍ୟା ଥିଲା ।