ତିନିକୋଶିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ସହରମୁହାଁ ବନ୍ୟଜନ୍ତୁ
1 min readଜଳୁଛି ଜଙ୍ଗଲ , ତେଣେ ସହରମୁହାଁ ବନ୍ୟଯନ୍ତୁ। ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ତେଣୁ କଂକ୍ରିଟ ସହର ମୁହାଁ ହେଉଛନ୍ତି ଜଙ୍ଗଲ ଯନ୍ତୁ। ଟିଭି ସ୍କ୍ରିନରେ ଦେଖୁଥିବା ଏହି ୨ଟି ଦୃଶ୍ୟ ନୀଳଗିରି ଅଞ୍ଚଳର। ଗୋଟେପଟେ ନୀଳଗିରି ଉଦଳା ରାସ୍ତା ତିନିକୋଶିଆ ପାର୍ଶ୍ଵ ଜଙ୍ଗଲରେ ରାତିଅଧରେ ଲାଗିଛି ନିଆଁ ।
୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ନୀଳଗିରି ସହରରେ ବୁଲୁଛି ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ ଏଯାଏ ପହଂଚି ନଥିବା ବେଳେ ନିଆଁ ଏବେବି ଜଳୁଥୁବା ଦେଖିବାକୁ ମିଳିଛି। ଗୋଟେପଟେ ଜଙ୍ଗଲ ଜଳୁଥୁବା ବେଳେ ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି।