ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ସକାଳ ୬ ରୁ ୯ ପ୍ରବେଶ ସମୟ

1 min read

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୀର୍ଘଦିନ ପରେ ଶିମିଳିପାଳ ଖୋଲୁଥିବାବେଳେ ସକାଳ ୬ଟାରୁ ସକାଳ ୯ଟା ଯାଏଁ ପ୍ରବେଶ ଅନୁମତି ରହିଛି । ଶିମିଳିପାଳ ଅଭୟାରଣ୍ୟକୁ କେଵଳ ପରିଭ୍ରମଣ କରି ଫେରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଉଭୟ ଲୁଲୁଙ୍ଗ ଏବଂ ଯଶୀପୁର ଫାଟକ ଦେଇ ଅନୁମତି ପତ୍ର ନେଇ ଯାଇପାରିବେ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC ୱେବସାଇଟରେ ଅନଲାଇନରେ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ବର୍ତ୍ତମାନ କରୋନା ମହାମାରୀ ଜାରି ଥିବାରୁ କୋଭିଡ କଟକଣା ମଧ୍ୟରେ ଖୋଲା ହୋଇଛି ଜାତୀୟ ଉଦ୍ୟାନ । ଦୀର୍ଘ ୭ମାସରୁ ଉର୍ଦ୍ଧ୍ବ ସମୟର ଲକଡାଉନ ଯୋଗୁଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଏହି ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତ ପର୍ଯ୍ୟଟକ ମାନେ ମାସ୍କ, ସାନିଟାଇଜ଼ର ଓ ସାମାଜିକ ଦୂରତ୍ୱ ପାଳନ କରିବା ବାଧ୍ୟତାମୂଳକ କରଯାଇଛି । ପ୍ରତ୍ୟେକ ଦିନ ଯଶୀପୁର ତନଖି ଫାଟକ ଦେଇ ୩୫ଟି ଓ ବାରିପଦା ପୀଠବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିଛି । କୋଭିଡ ପରବର୍ତ୍ତୀ ସ୍ଥିତିରେ ଜାତୀୟ ଉଦ୍ୟାନକୁ ଖୋଲିଛି ପ୍ରଶାସନ  । ତେବେ କୋଭିଡର ସମସ୍ତ କଟକଣା ବଳବତ୍ତର ରହିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି  ।

Leave a Reply