ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତର ପୋଲ୍ ଖୋଲିଲେ ଶ୍ୟାମ ରଙ୍ଗୀଲା

1 min read

ମହାବଲିପୁରମ ସମୁଦ୍ରକୂଳରେ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଭାରତର ଦୃଶ୍ୟ ସଭିଏଁ ଦେଖିଛନ୍ତି । ସକାଳୁ ସକାଳୁ ସମୁଦ୍ରକୂଳରେ ପହଞ୍ଚି ସେଠି ପଡିଥିବା ଅଳିଆ ସଫା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିନ୍ତୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଲେ ମୋଦୀ । ଏହା ପ୍ରାୟୋଜିତ ବୋଲି ଅନେକ କହିଲେ ।

ଜନସଚେତନତା ପାଇଁ ନୁହଁ ବରଂ ନିଜର ପ୍ରଚାର ପାଇଁ ମୋଦୀ କିପରି କ୍ୟାମେରାରେ ପୋଜ ଦିଅନ୍ତି ଏହା ଜଣାଇଲେ ଶ୍ୟାମ । ନରେନ୍ଦ୍ର ମୋଦୀଙ୍କ ଆଉ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି ମଧ୍ୟ କୁହାଗଲା । କିନ୍ତୁ ଶ୍ୟାମ ରଙ୍ଗୀଲା ମୋଦୀଙ୍କ ସ୍ବଛ ଭାରତର ପୋଲ ଖୋଲିଲେ । ଏହା ବିଶ୍ବାସ କରିବାକୁ ହେଲେ ଶ୍ୟାମ ରଙ୍ଗିଲାଙ୍କ ଭିଡ଼ିଓ ଦେଖିବାକୁ ପଡିବ ।

 

ଅବିକଳ ନରେନ୍ଦ୍ର ମୋଦୀଙ୍କ ଷ୍ଟାଇଲ ଭଳି ଶ୍ୟାମ ରଙ୍ଗୀଲାବି ସଫେଇ କାମରେ ଲାଗି ପଡିଛନ୍ତି ।  ମୁମ୍ବାଇର ଏକ ସି ବିଚରେ ସଫେଇ କରୁଛନ୍ତି ଶ୍ୟାମ ।  କିନ୍ତୁ ଏଠି କ୍ୟାମେରା ପଛର କାହାଣୀ ଦେଖାଇଛନ୍ତି । ବିଭିନ୍ନ ଆଙ୍ଗଲରେ କ୍ୟାମେରା ରହିଲେ କିଭଳି ଭଲ ପୋଜ ଦେଇ ହେବ ତାହା ଜଣାଇଛନ୍ତି ଶ୍ୟାମ ।

କେବଳ ଏତିକି ନୁହଁ ଭିଡିଓ ସୁଟ ବେଳେ ମୋଦୀ ଷ୍ଟାଇଲରେ ଡାଏଲଗ କହିଛନ୍ତି ଶ୍ୟାମ । ଆଉ ଶେଷରେ ମୋଦୀ ଯେମିତି ଅଳିଆ ବସ୍ତା ହୋଟେଲର ଜଣେ କର୍ମଚାରୀଙ୍କୁ ଦେଇଥିଲେ ଠିକ ସେମିତି ଶ୍ୟାମବି ଅଳିଆର ଏହି ବସ୍ତା ଜଣଙ୍କୁ ଧରାଇଦେଉଛନ୍ତି ।

କେବଳ ଏହି ଭିଡିଓ ନୁହଁ ଏହା ପୂର୍ବରୁ ମୋଦୀଙ୍କର ଅନେକ ମିମିକ୍ରି କରିସାରିଛନ୍ତି ଶ୍ୟାମ ରଙ୍ଗୀଲା ।  ବଲିଉଡ ଅଭିନେତା ଅକ୍ଷୟ କୁମାର ନରେନ୍ଦ୍ର ମୋଦୀଙ୍କ ସହ କରିଥିବା “ନନ ପଲିଟିକାଲ ଇନଟରଭିଉ”ର ବି ମିମିକ୍ରି କରିଥିଲେ ଶ୍ୟାମ ରଙ୍ଗୀଲା ।  ଏହାସହ ଅନେକ ରିଆଲିଟି ଶୋ’ରେ ମୋଦୀଙ୍କ ମିମିକ୍ରି କରି ପ୍ରଶଂସା ସାଉଁଟିଛନ୍ତି ଶ୍ୟାମ । ନରେନ୍ଦ୍ର ମୋଦୀଙ୍କ ମିମିକ୍ରି କରି ଶ୍ୟାମୃ ରଙ୍ଗୀଲା ପାଇଛନ୍ତି ନିଆରା ପରିଚୟ ।  ପିଲାବେଳୁ ହିଁ କମେଡିଆନ ହେବାର ସ୍ବପ୍ନ ଦେଖିଥିଲେ ଶ୍ୟାମ ରଙ୍ଗୀଲା ।  ଆଉ ଆଜି ସୋସିଆଲ ମିଡିଆ ହେଉ ଅବା ଷ୍ଟେଜ ପ୍ରୋଗ୍ରାମ ସବୁଠି ତାଙ୍କର ଜଲୱା ।

ଅନୁଜ ଦାସ ')}

Leave a Reply