ବ୍ରହ୍ମପୁର: କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଉ ଏକ କଠୋର ପଦକ୍ଷେପ । ୪ ଦିନ ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ସଟ୍ଡାଉନ୍ ଘୋଷଣା କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ହିଁ ଖୋଲା ରହିବପାରିବ । ମେଡିକାଲ, ଔଷଧ ଦୋକାନ ଓ କ୍ଷୀର ଡେଲିଭରୀକୁ ହିଁ କେବଳ ଅନୁମତି ଦିଆଯାଇଛି ।
Shut down in BeMC for 4 days. Coming Saturday to Tuesday.
medical shops & milk delivery allowed only. No other activities allowed. 70 medical teams for detail screening.
Symptoms identification
Tracing test treatment
Home quarantine check.
Please cooperate @CMO_Odisha @HFWOdisha— Collector & District Magistrate, Ganjam (@Ganjam_Admin) June 25, 2020
ଏହି ସଟ୍ଡାଉନ୍ ସମୟ ମଧ୍ୟରେ ୭୦ଟି ମେଡିକାଲ ଟିମ୍ ସହରରେ ସ୍ୱାସ୍ଥ୍ୟ ସର୍ଭେ କରିବେ । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ସ୍କ୍ରିନିଂ କରାଯିବ । ଏବଂ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଏଥିସହିତ ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ଲୋକଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ମନା
ଉଲ୍ଲେଖ ଯୋଗ୍ୟ ଯେ, ବୁଧବାର ୧୦ ଦିନ ପାଇଁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । କିଛି ସରକାରୀ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ତେବେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ସନ୍ଧ୍ୟା ୭ଟା ପରେ କର୍ଫ୍ୟୁ ଲାଗୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦିନ ୧୨ଟା ପରେ ଲକ୍ଡାଉନ୍ କଟକଣା ଲାଗୁ ହୋଉଥିଲା । ଚଳିତ ମାସ ଶେଷ ଯାଏଁ ଏହି କଟକଣା ବଳବତ୍ତର ରହିବ ।
ଗଞ୍ଜାମ ଓ ଗଜପତିରୁ ୧୫୧ ନୂଆ କରୋନା ପଜିଟିଭ ଚିହ୍ନଟ, ସେଥିମଧ୍ୟରୁ ୧୪ ଜଣ କରୋନା ଯୋଦ୍ଧା

