ହେୟାର ଷ୍ଟାଇଲ ଠୁ ନିଶଦାଢି..ନୂଆ ଲୁକ୍‌ରେ ଲଣ୍ଡନ ଯାଇଛନ୍ତି ରାହୁଲ

ନନ୍ଦିଘୋଷ ବ୍ୟୁରୋ: ନୂଆ ଲୁକରେ ରାହୁଲ ଗାନ୍ଧୀ  । ୟୁକେରେ ରାହୁଲଙ୍କ ନୂଆ ଅବତାର ଦେଖିବାକୁ ମିଳିଛି  । ହେୟାର ଷ୍ଟାଇଲ ଠୁ ନିଶଦାଢି ପର୍ଯ୍ୟନ୍ତ ସବୁ ବଦଳି ଯାଇଛି  । ସୁଟ୍‌ରେ ରାହୁଲଙ୍କ ଲୁକ୍‌ ଦେଖିଲେ ଆପଣ ବି କହିବେ ୱାଃଓ। ଆଙ୍ଗ୍ରି ୟଙ୍ଗ ମ୍ୟାନରୁ କୁଲ୍‌ ଲୁକ୍‌ରେ ନଜର ଆସିଛନ୍ତି ରାହୁଲ । ୟୁକେ ଟ୍ରିପ ପାଇଁ ବୋଧେ ସେ ମେକଓଭର କରି ନେଇଛନ୍ତି ।  କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୟୁକେରେ ପହଞ୍ଚିଛନ୍ତି ରାହୁଲ  । ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ଦାଢି ବେଶ ଲୋକପ୍ରିୟ ହୋଇଥିଲା  । ବହୁଦିନ ଧରି କେଶ ଓ ଦାଢିକୁ ନେଇ ଚର୍ଚ୍ଚାରେ ଥିବା ରାହୁଲ ଏବେ ସମସ୍ତଙ୍କୁ ନୂଆ ଲୁକ୍‌ରେ ଚମକାଇ ଦେଇଛନ୍ତି  ।

‘ଏକବିଂଶ ଶତାବ୍ଦୀରେ ଶୁଣିବାର ଶିକ୍ଷା’ ପ୍ରସଙ୍ଗରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ବକ୍ତବ୍ୟ ଦେବେ ରାହୁଲ  । ଏହି ସମୟରେ ସେ ଭାରତ ଯୋଡୋ ଯାତ୍ରା ସମେତ ଦୁଇଟି ଭିନ୍ନ ମତବାଦକୁ ନେଇ ବିଶ୍ବସ୍ତରୀୟ ଆଲୋଚନା କରିବେ  । ଭାରତ ଯୋଡୋ ଯାତ୍ରା ପରେ ୱାଇନାଡ ସାଂସଦ ରାହୁଲ ଇଂଲଣ୍ଡ ଗସ୍ତରେ ଯାଇଛନ୍ତି  । ମାର୍ଚ୍ଚ ୫ରେ ସେ ପ୍ରବାସୀ ଭାରତୀୟଙ୍କୁ ଲଣ୍ଡନରେ ଭେଟିବାର କାର୍ଯ୍ୟକ୍ରମ ରହିଛି  । ସେହିପରି ଲଣ୍ଡନରେ ଆଇଓସି (ଭାରତୀୟ ଓଭରସିଡ କଂଗ୍ରେସ)ର ସଦସ୍ୟଙ୍କୁ ଭେଟିବେ  । କଂଗ୍ରେସର ଏକ ଶାଖା ହେଉଛି ଆଇଓସି । ଏହା ସହ ଲଣ୍ଡନର ବ୍ୟବସାୟୀଙ୍କ ସହ ରାହୁଲଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି  ।

ଗତବର୍ଷ ସେପ୍ଟେମ୍ବରରେ ରାହୁଲଙ୍କ ଛବି ଅପ୍ରତ୍ୟାଶିତ ଭାବେ ବଦଳିବାରେ ଲାଗିଛି ।ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ କୁଲ୍‌ ଲୁକ୍‌ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ପହଞ୍ଚିବା ସମୟରେ ଆଙ୍ଗ୍ରି ୟଙ୍ଗ ମ୍ୟାନ୍‌ରେ ପହଞ୍ଚି ସାରିଥିଲା । ମାତ୍ର ୫ ମାସରେ ରାହୁଲଙ୍କ ଛବି ବିରୋଧୀଙ୍କୁ କରିଥିଲା ଆନ୍ଦୋଳିତ  । ଏଭଳି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ପରେ ସମାଲୋଚନା କରିବାକୁ ଭୁଲି ନଥିଲେ ବିରୋଧୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ରାହୁଲଙ୍କୁ ସଦାମ ହୁସୈନ କହି ସମ୍ବୋଧନ କରିଥିଲେ । ଯାହାର ଜବାବରେ କଂଗ୍ରେସ କହିଥିଲା ଯେ ‘ତୁମ ପ୍ରଧାନମନ୍ତ୍ରୀ ଯେତେବେଳେ ଦାଢି ବଢାଉଛନ୍ତି ସେତେବେଳେ ଆମେ ଚୁପ୍‌ ରହୁଛୁ‘  ।