କେତେଥର ଓ କାହିଁକି ବଦଳିଛି ଶିବସେନାର ଚିହ୍ନ, ଜାଣନ୍ତୁ…

1 min read

ନନ୍ଦିଘୋଷ ବ୍ୟୁରୋ: ୧୯୬୬ ମସିହାରେ ଶିବସେନାର ମୂଳଦୁଆ ପକାଇଥିଲେ ବାଲାସାହେବ ଠାକେର  । ଦଳର କାର୍ଯ୍ୟକର୍ତ୍ତାଙ୍କୁ ଶିବ ସୈନିକ କୁହାଯାଇଥାଏ  । ବାଲାସାହେବଙ୍କ ଦଳ ଆଜି ପରିବାର ହାତରେ ନାହିଁ  । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଦଳ ଏବେ ପରିବାରରୁ ବାହାରେ  । ଅର୍ଥାତ ଏକନାଥ ସିନ୍ଦେଙ୍କୁ ମିଳିଛି ଶିବସେନାର ଚିହ୍ନ  । ବାଲାସାହେବ ଠାକେରଙ୍କ ପୁଅ ଉଦ୍ଧବ ଠାକେରଙ୍କୁ ମିଳିଛି ମଶାଲ ଚିହ୍ନ  । ଅର୍ଥାତ ବିଧାନସଭା ଉପନିର୍ବାଚନ ପର୍ଯ୍ୟନ୍ତ ମଶାଲ ଚିହ୍ନରେ ଲଢିବେ ଉଦ୍ଧବ ଗୋଷ୍ଠୀ  । ଶିବସେନାର ଚିହ୍ନ ପରିବର୍ତ୍ତନ ଆଗରୁ ମଧ ଅନେକ ଥର ହୋଇଛି  ।  ଆସନ୍ତୁ ଜାଣିବା…

ଢାଲ-ତଲବାର

ଶିବସେନାର ପ୍ରଥମ ଚିହ୍ନ ସେତେବେଳେ ଦଉଡୁଥିବା ଘୋଡ଼ା ରହିଥିଲା  । କିନ୍ତୁ ନିର୍ବାଚନୀ ପକ୍ରିୟାଆରେ ଜାରି ଚିହ୍ନଦରେ ଏହା ନଥିଲା  । ତେଣୁ ଚିହ୍ନ୍ ପରିବର୍ତ୍ତନ ହୋଇଥିଲା  । ଠାଣେ ମହାନଗର ପାଳିକା ନିର୍ବାଚନରେ ଢାଲ-ତଲବାର ଚିହ୍ନକୁ ବ୍ୟବହାର କରିବାକୁ ପଡିଥିଲା  । ଠିକ୍ ସେହି ବର୍ଷ ହିଁ ମୁମ୍ବାଇ ମହାନଗର ପାଳିକା ନିର୍ବାଚନରେ ଢାଲ ଏବଂ ତଲବାରକୁ ବ୍ୟବହାର କରିଥିଲା ଶିବସେନା  ।

ସକାଳର ସୂର୍ଯ୍ୟ

କମ୍ୟୁନିଷ୍ଟ ବିଧାୟକ କୃଷ୍ଣା ଦେଶାଇଙ୍କ ହତ୍ୟା ପରେ ପରେଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା  । ଏଥିରେ ବାମନରାବ ମହାଡିକ ଉଁଇଥିବା ସକାଳର ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢିଥିଲେ  । ପ୍ରଥମ ଶିବସେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  ।

ରେଳ ଇଞ୍ଜିନ

1978  ମସିହା  ବିଧାନସଭା ନିର୍ବାଚନରେ ଶିବସେନା ରେଳ ଇଞ୍ଜିନକୁ ନେଇ ନିର୍ବାଚନକୁ ଓହ୍ଲାଇଥିଲା  । ଜନତା ଦଳ ମହାରାଷ୍ଟ୍ରର ସମସ୍ତ ଆସନରେ ବିଜୟ ହୋଇ ଶିବସେନାକୁ ସଫା କରିଦେଇଥିଲା  । ଦଳ ପାଇଁ ଏହି ଚିହ୍ନ କିଛି ବର୍ଷ ରହିଥିଲେ ମଧ୍ୟ ସେତେଟା ସଫଳତା ମିଳିନଥିଲା  ।

ପଦ୍ମପୁଲ

୧୯୮୪ ମସିହାରେ ଶିବସେନା ଭାରତୀୟ ଜନତା ପାର୍ଟି ସହ ମିଶି ନିର୍ବାଚନ ଲଢୁଥାଏ  । ସେତେବେଳେ କୌଣସି ଅଧିକୃତ ଚିହ୍ନ ଶିବସେନାକୁ ମିଳିନଥାଏ  । ସେଥିପାଇଁ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବାମନରାୟ ମହାଡିକ  ଏବଂ ମନୋହର ଯୋଶୀ ବିଜେପିର ସିମ୍ବଲ ବା ଚିହ୍ନକୁ ନେଇ ନିର୍ବାଚନ ଲଢିଥିଲା  ।

ଧନୁ-ତୀର

୧୯୮୮ ମସିହାରେ ମୁମ୍ବାଇ ଏବଂ ଠାଣେ ନିର୍ବାଚନର ବହୁଳ ବିଜୟ ପରେ ଔରଙ୍ଗାବାଦ ମହାନଗର ନିଗମରେ ଶିବସେନାକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା  । ଏହାପରେ ତିନିବର୍ଷ ଧରି ଦଳ ପାଖରେ ରହିଥିଲା ଧନୁ-ତୀର ଚିହ୍ନ  ।

 ମଶାଲ

ଏବେ ପୁଣି ଶିବସେନାକୁ ମିଳିଛି ମଶାଲ  । ଅର୍ଥାତ ବାଲାସାହେବ ଠାକେରଙ୍କ ପୁଅକୁ ମିଳିଛି ଏହି ଚିହ୍ନ  । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକେରଙ୍କ ଭିତରେ ଦଳକୁ ନେଇ ସୃଷ୍ଟି ହୋଇଥିଲା ବିବାଦ  । ଦଳକୁ ନେଇ ମାମଲା ପହଁଚିଥିଲା ନିର୍ବାଚନ ଆୟୋଗଙ୍କ ପାଖରେ  । ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ସିନ୍ଦେଙ୍କ ପ୍ରତି ରହିଥିଲା  । ଯାହାକୁ ନେଇ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା  । ବିଜେପି ସହ ମିଶି ସରକାର ଗଢିଥିଲେ ସିନ୍ଦେ  । ଆଉ ନିକଟରେ ସିନ୍ଦେଙ୍କୁ ମିଳିଛି ଧନୁତୀର ଅର୍ଥାତ ଅସଲ ଶିବସେନାର ପ୍ରତୀକ   ।