ଶିବସେନାର ଦମ୍ଭୋକ୍ତି ‘ଆମ ପାଖରେ ଅଛି ୧୭୦ ବିଧାୟକଙ୍କ ସମର୍ଥନ’

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ନେଇ ସସପେନ୍ସ ଲାଗି ରହିଥିବା ବେଳେ ଶିବସେନା ଦେଖାଇଛି ଦମ୍ଭୋକ୍ତି । ସରକାର ଗଠନ ପାଇଁ ବହୁମତ ଥିବା ଶିବସେନା ଦାବି କରିଛି । ଦଳ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି । ଏହି ସଂଖ୍ୟା ୧୭୫ ପହଞ୍ଚିପାରେ ବୋଲି ସେନା ଦାବି କରିଛି ।

SHIV SENA SANJAYଶିବସେନାର ୫୬ ବିଧାୟକ ଥିବାବେଳେ କଂଗ୍ରେସ ପାଖରେ ୪୪, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପାଖରେ ୫୪ ବିଧାୟକ ଅଛନ୍ତି । ୧୩ ସ୍ୱାଧୀନ ବିଧାୟକ ଅଛନ୍ତି । ଯଦି ଏହି ସବୁ ଦଳ ଏକାଠି ହୁଅନ୍ତି ତେବେ ସଂଖ୍ୟା ୧୭୦ ପାଖାପାଖି ପହଞ୍ଚିବ ।

ଶିବସେନା ସରକାର ଗଠନ ନେଇ ଦାବି କରିଥିବା ବେଳେ ଆଜି ଏନସିପିର ବୈଠକ ବସିଛି । ସୋମବାର ଏନସିପି ମୁଖ୍ୟ ଶରଦ ପାୱାର-କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ । ତେଣୁ, ଉଭୟଙ୍କ ଭେଟ ପୂର୍ବରୁ ଆଜିର ବୈଠକ ଗୁରୁତ୍ୱ ରଖୁଛି । ଅନ୍ୟପଟେ ଏନସିପି ମୁଖପାତ୍ର ନବାବ ମଲିକ ସଞ୍ଜୟ ରାଉତଙ୍କ ଦାବିକୁ ସମର୍ଥନ କରିଛନ୍ତି । ଏଥିସହ ଶିବସେନା ନିଜ ଭୂମିକାକୁ ସ୍ପଷ୍ଟ କରୁ ବୋଲି ଏନସିପି କହିଛି । ଆମକୁ ଜନତା ବିରୋଧୀ ଦଳ ଭାବେ ବାଛିଛନ୍ତି । ସେଥିପାଇଁ ଏନସିପି ପ୍ରସ୍ତୁତ ଥିବା କହିଛି ।

NCP MEETING

ଶିବସେନାର ଟାର୍ଗେଟ୍

ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇପାରୁ ନଥିବା ବେଳେ ଶିବସେନା ପୁଣି ଥରେ ବିଜେପିକୁ ଟାର୍ଗେଟ୍ କରିଛି । ଦଳର ମୁଖପତ୍ର ‘ସାମନା’ରେ ବିଜେପିକୁ କଡ଼ା ସମାଲୋଚନା କରିଛି । ଇଡି, ପୋଲିସ, ପଇସା ବଳରେ ବିଜେପି ଅନ୍ୟ ଦଳର ବିଧାୟକଙ୍କୁ ଆଣି ସରକାର ବନାଇପାରେ ।

ବିଜେପିର ରଣନୀତି

ଅନ୍ୟପଟେ ବିଜେପି ଆଲୋଚନା ପାଇଁ ଶିବସେନାକୁ ଅପେକ୍ଷା କରିବ ବୋଲି ଜଣାପଡ଼ିଛି । ଦଳ ଆଶା ରଖିଛି ୫ ତାରିଖ ସୁଦ୍ଧା ଶିବସେନା ସହ ପୁଣି ଆଲୋଚନା ହେବ । ସେତେବେଳକୁ କଂଗ୍ରେସ ଓ ଏନସିପି ନିଜ ମତ ରଖି ସାରିଥିବେ ।

ମହାରାଷ୍ଟ୍ର ଆସନ ଅଙ୍କ

୨୮୮ ଆସନ ବିଶିଷ୍ଟ ବିଧାନସଭାରେ ବହୁମତ ସଂଖ୍ୟା ହେଉଛି ୧୪୫ । ଶିବସେନା ପାଖରେ ୫୬ ଓ ଏନସିପି ପାଖରେ ୫୪ ବିଧାୟକ ରହିଛନ୍ତି । ୨ ଦଳର ସଂଖ୍ୟା ମିଶିଲେ ୧୧୦ ହେବ । ଯାହାକି ମ୍ୟାଜିକ ନମ୍ବର ଠାରୁ ୩୫ ଆସନ କମ୍ । ତେଣୁ, କଂଗ୍ରେସର ୪୪ ବିଧାୟକଙ୍କ ସମର୍ଥନ ଜରୁରୀ । ')}

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.