ଓଟିଟିରେ ଶିଳ୍ପାଙ୍କ ଡେବ୍ୟୁ, ରୋହିତ ସେଟ୍ଟୀଙ୍କ ଫିଲ୍ମରେ ଲାଗିବ ଆକ୍ସନର ତଡ଼କା

1 min read

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଓ୍ୱେବସିରିଜ୍‌ ‘ଇଣ୍ଡିଆନ୍‌ ପୁଲିସ୍‌ ଫୋର୍ସ’ରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଦମଦାର ଅଭିନୟରେ ନଜର ଆସିବେ । ତେବେ ଓ୍ୱେବସିରିଜରେ ଶିଳ୍ପାଙ୍କୁ ସ୍ୱାଗତ କରି ଟ୍ୱିଟରରେ ରୋହିତ ସେଟ୍ଟୀ ଏକ ପୋଷ୍ଟ ଲେଖିଛନ୍ତି । ସୂଚନାଯୋଗ୍ୟ, ଏହି ସିରିଜ୍‌ ମାଧ୍ୟମରେ ଶିଳ୍ପା ସେଟ୍ଟୀ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

 

 

View this post on Instagram

 

A post shared by Rohit Shetty (@itsrohitshetty)

ଇଂଷ୍ଟାଗ୍ରାମରେ ଶିଳ୍ପାଙ୍କ ଲୁକ୍‌ ଶେୟାର କରି ସ୍ୱାଗତ କରିଛନ୍ତି ରୋହତ ସେଟ୍ଟୀ । ତେବେ ଏହି ଓ୍ୱେବସିରିଜରେ ଶିଳ୍ପା ସେଟ୍ଟୀଙ୍କ ବ୍ୟତୀତ ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନଜର ଆସିବେ । ତେବେ ଶିଳ୍ପାଙ୍କ ଲୁକ୍‌ ଶେୟାର କରିବା ପୂର୍ବରୁ ସିଦ୍ଧାର୍ଥଙ୍କ ଲୁକ୍‌ ପ୍ରଥମେ ଶେୟାର କରିଥିଲେ ରୋହିତ୍‌ । ଯେଉଁଥିରେ ତାଙ୍କର ପୁଲିସ୍‌ ଲୁକ୍‌ ନଜର ଆସିଥିଲା । ଏବେ ସିଦ୍ଧାର୍ଥଙ୍କ ଭଳି ଶିଳ୍ପା ମଧ୍ୟ ପୁଲିସ୍‌ ଚରିତ୍ରରେ ଦମଦାର ଅଭିନୟ କରୁଥିବାର ନଜର ଆସିବେ ।

ସୂଚନା ଅନୁସାରେ ରୋହିତ ସେଟ୍ଟୀ ମଧ୍ୟ ଏହି ଫିଲ୍ମ ଜରିଆରେ ଓଟିଟି ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ବଡ଼ ପରଦାରେ ଧମାଲ କରିବା ପରେ ଏବେ ଓଟିଟିରେ ମଧ୍ୟ ତଡ଼କା ଲଗାଇବାକୁ ସେ ପ୍ରସ୍ତୁତ ହୋଇ ସାରିଲେଣି ।

ସୂଚନାଯୋଗ୍ୟ, ରୋହିତ୍‌ ସେଟ୍ଟୀଙ୍କ ଏକାଧିକ ଫିଲ୍ମ ପୁଲିସ ଉପରେ ଆଧାରିତ । ଯେପରିକି ସିଙ୍ଘମ, ଶିମ୍ବା ଏବଂ ସୂର୍ଯ୍ୟବଂଶୀ  ପାଇଁ ସେ ଖୁବ୍‌ ଜଣାଣୁଣା   । ଏବେ ତାଙ୍କର ଆଗାମୀ ସିରିଜ୍‌ ମଧ୍ୟ ପୁଲିସ୍‌ ଉପରେ ଆଧାରିତ ।