ସମାଜବାଦୀ ସାଂସଦଙ୍କ ଅଜବ ବୟାନ, ଆଲ୍ଲାଙ୍କ ସାମ୍ନାରେ କାନ୍ଦି କ୍ଷମା ମାଗିଲେ କରୋନା ଯିବ

ସମ୍ଭଲ: ଗୋମୂତ୍ର ପିଇଲେ କରୋନା ହେବ ନାହିଁ ବୋଲି ଜଣେ ବିଜେପି ସାଂସଦ କହିଥିଲେ । ଏବେ ଏଭଳି ବଡବୋଲାଙ୍କ ତାଲିକାରେ ସାମିଲ ହୋଇଛନ୍ତି ସମାଜବାଦୀ ପାର୍ଟିର ଜଣେ ସାଂସଦ । ମୁରାଦାବାଦର ସାଂସଦ ଏସ ଟି ହାସନଙ୍କ ବିବାଦିତ ବୟାନ ପରେ ଏବେ ସମାଜବାଦୀ ପାର୍ଟିର ଆଉ ଜଣେ ସାଂସଦ ଶଫିକୁରରହମାନ ବର୍କ କହିଛନ୍ତି ଯେ, କରୋନା କୌଣସି ରୋଗ ନୁହେଁ । କରୋନା ଯଦି ରୋଗ ହୋଇଥାନ୍ତା ତେବେ ଏହାର ଚିକିତ୍ସା ପଦ୍ଧତି ବାହାରି ସାରନ୍ତାଣି । କରୋନା ସରକାରଙ୍କ ଭୁଲର ପରିଣାମ ବୋଲି ସେ କହିଛନ୍ତି । ଆଲ୍ଲାଙ୍କ ସମ୍ମୁଖରେ କାନ୍ଦି କ୍ଷମା ମାଗିଲେ ଏହି ରୋଗ ଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ଶରିୟତ ସହିତ ହିଁ ଖରାପ ବ୍ୟବହାର କରିନାହିଁ । ଏହାମଧ୍ୟ ଝିଅଙ୍କ ସହିତ ଅସଦାଚରଣ କରିବା ସହିତ ଭିଡ ଦ୍ୱାର ହତ୍ୟା ଓ ଅନ୍ୟ ଅତ୍ୟାଚାର କରିଛି । ଯେଉଁଥିପାଇଁ କରୋନା ଆସିଛି । ମୁରାଦାବାଦର ସମାଜବାଦୀ ସାଂସଦ ଏସଟି ହାସନଙ୍କ ବୟାନ ପରେ ଶଫିକୁର ରହମାନଙ୍କ ଏହି ବୟାନ ଆସିଛି । ଏସଟି ହାସନ ତାଙ୍କ ବୟାନରେ କହିଥିଲେ ଯେ, ବିଜେପି ସରକାର ୭ ବର୍ଷ ଭିତରେ ଶରିୟତର ଅପମାନ କରିଥିବାରୁ କରୋନା ରୋଗ ଓ ବାତ୍ୟା ଭଳି ବିପଦ ଆସୁଛି ।

Leave a Reply