ୱେବ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ପର୍ଦ୍ଦାଫାସ କଲା କମିଶନରେଟ୍ ପୋଲିସ

କଟକ: ଓ୍ବେବ ଚ୍ୟାନେଲରେ ଚାଲିଥିଲା ସେକ୍ସ ରାକେଟ । କଟକରେ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ଟିମ୍ । ଓ୍ବେବ ଚ୍ୟାନେଲ ଅଫିସରେ ଚାଲିଥିଲା ଅନୈତିକ କାମ । 4 ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ରାଣୀ ମହୁମାଛି ଓ 2ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଘଟଣାସ୍ଥଳରୁ ଏକାଧିକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।

ରାକେଟରେ କଟକ ଓ ଭୁବନେଶ୍ବରର ଏକାଧିକ ଝିଅ ସାମିଲ ଥିବା ସୂଚନା ମିଳିଛି । ପ୍ରତି ଗ୍ରାହକଙ୍କଠାରୁ ଆଦାୟ କରୁଥିଲେ 1000ଟଙ୍କା । ନକଲି ଓ୍ବେବ ସାମ୍ବାଦିକଙ୍କ ଜରିଆରେ ଚାଲିଥିଲା କାରବାର । ଦୀର୍ଘଦିନ ଧରି ଏହା ଉପରେ ନଜର ରଖିଲା କମିଶନରେଟ ପୋଲିସ । ଆଜି ଗ୍ରାହକ ଥିବାବେଳେ ଚଢାଉ କରାଯାଇଥିଲା । ତେବେ କେବେଠୁ ଚାଲିଥିଲା ରାକେଟ ? ଏଥିରେ ଆଉ କେଉଁମାନେ ସଂପୃକ୍ତ ? ମାମଲା ରୁଜୁ କରି ଛାନବିନ ଚଳାଇଛି ପୋଲିସ ।