ସୀମାରେ ଠୁଳ ହୋଇଛନ୍ତି ୬୦ ହଜାରରୁ ଅଧିକ ଚୀନ ସେନା, ଆଜି ସପ୍ତମ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଜାରି ରହିଛି। ଦୀର୍ଘ ଦିନ ପରେ ଆଜି ଉଭୟ ଦେଶର ଅଧିକାରୀ ଆଲୋଚନା କରିବେ । ଅକ୍ଟୋବର ୧୨ ତାରିଖରେ, ଭାରତ ଏବଂ ଚୀନ୍ ମଧ୍ୟରେ ସପ୍ତମ କମାଣ୍ଡରସ୍ତରୀୟ ବୈଠକ ହେବ । ଭାରତ ପକ୍ଷରୁ ଚୀନକୁ ବାରମ୍ବାର ତାଗିଦ କରାଯାଉଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ । ସୀମାରେ ଅଧିକରୁ ଅଧିକ ସେନା ଠୁଳ କରି ଚାଲିଛି ଚୀନ୍ । ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ଏଥିପାଇଁ ଖାସ କାରଣ, ଭାରତ ତରଫରୁ କଥାବାର୍ତ୍ତା କରୁଥିବା ଲେଫ୍ଟିନେଣ୍ଟ ଜେନେରାଲ୍ ହରିନ୍ଦର ସିଂଙ୍କ ନେତୃତ୍ୱରେ ଏହା ତାଙ୍କ ଶେଷ ଆଲୋଚନା ହେବ । ଏହି ବୈଠକରେ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତବ ମଧ୍ୟ ଯୋଗ ଦେବେ । ଏଥିସହ ଚୀନ୍‌ର ସାମରିକ ଅଧିକାରୀଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରାଣଳୟର ଅଧିକାରୀମାନେ ମଧ୍ୟ ଏଥିରେ ସାମିଲ ହେବେ।

ବୈଠକରେ ସୀମାରୁ ସେନା ହଟାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯିବ ବୋଲି ଜଣାପଡିଛି  । ପୂର୍ବ ଲଦାଖରେ ଚୀନ ପକ୍ଷରୁ ୬୦ ହଜାର ସେନା ମୁତୟନ କରାଯାଇଛି ବୋଲି ପୂର୍ବରୁ ଆମେରିକା କହିଥିଲା  । ଏନେଇ ମଧ୍ୟ ଆଜି ହେଉଥିବା ବୈଠକରେ ଆଲୋଚନା କରାଯିବ। ଚୀନ ପ୍ରଥମେ ସେନା ନହଟେଇଲେ ଭାରତ ସେନା ହଟାଇବ ନାହିଁ ବୋଲି କୁହାଯାଇଛି । ସେପଟେ ଚୀନ ମଧ୍ୟ ଶୀତ ଦିନ ସାରା ସୀମାରେ ସେନା ଜଗାଇବ ବୋଲି ଚେତାବନୀ ଦେଇଛି । ଭାରତୀୟ ସେନା ମଧ୍ୟ ଶୀତ ଦିନ ସାରା ସୀମାରେ ରହିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଲଦାଖରେ ଶୀତ ଦିନେ ମାଇନସ ଡିଗ୍ରିରେ ତାପମାତ୍ରା ରହୁଥିବା ବେଳେ ଚୀନ କିଛି ହରକତ କରିପାରେ ଆଶଙ୍କା କରାଯାଉଛି ।

Leave a Reply