ଅମ୍ଲଜାନ ଅଭାବ ନେଇ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

1 min read
Serious oxygen crisis persists in Delhi

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ମେଡିକାଲରେ ଅକ୍ସିଜେନ୍ ଅଭାବ । ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ କୋଭିଡ୍ ସଂକ୍ରମଣ ଭୟଙ୍କର ସ୍ଥିତିରେ ଥିବାବେଳେ ମେଡିକାଲରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନ୍ ମିଳୁନାହିଁ । ଏହି ମାମଲାର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କଡ଼ା ଟିପ୍ପଣୀ କରିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ଏକ୍ସିଜେନର ଘୋର ଅଭାବ ନେଇ କେନ୍ଦ୍ରକୁ ପୁଣି ସାହାଯ୍ୟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କେତେକ ହସ୍ପିଟାଲରେ କିଛି ଘଣ୍ଟାରେ ଅକ୍ସିଜେନ୍ ସରିଯିବ ବୋଲି କେଜ୍ରିୱାଲ୍ କହିଛନ୍ତି ।

ମାମଲାର ଶୁଣାଣି ବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି- ଶୀଘ୍ର ହିଁ ଅକ୍ସିଜେନ୍ ଯୋଗାଣ କରାଯିବ । ଶିଳ୍ପ ସଂସ୍ଥାରେ ଅକ୍ସିଜେନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଘରୋଇ ବ୍ୟବହାର ଲାଗି ଅକ୍ସିଜେନ୍ ସିଲିଣ୍ଡର ବିକ୍ରି ଯୋଗୁଁ ଅକ୍ସିଜେନ୍ ମିଳିପାରୁନାହିଁ । କେନ୍ଦ୍ରର ଏଭଳି ଉତ୍ତର ପରେ କୋର୍ଟ କହିଛନ୍ତି- ଉଦ୍ୟୋଗକୁ ପେଟ୍ରୋଲିୟମ୍ ତିଆରି ଲାଗି ଅକ୍ସିଜେନ୍ ଦିଆଯାଉଛି । ଯଦି ଲୋକ ବଞ୍ଚିବେ ନାହିଁ ତ ଉଦ୍ୟୋଗ ପ୍ରସ୍ତୁତ କରୁଥିବା ସାମଗ୍ରୀ କିଏ ବ୍ୟବହାର କରିବ ? ପ୍ରତିଦିନ ଲୋକ ସଂକ୍ରମିତ ହେଉଥିବା ବେଳେ ୨କୋଟିରୁ ଅଧିକ ଲୋକ ସଂକ୍ରମିତ ହେଲେ କେତେଜଣଙ୍କ ମୃତ୍ୟୁ ହେବ ଭାବନ୍ତୁ । ଏମତିରେ କାହାକୁ ଅକ୍ସିଜେନ୍ ଦେବା ଆବଶ୍ୟକ ଶିଳ୍ପ ନା କରୋନା ସଂକ୍ରମିତଙ୍କୁ ?

ଏଥିରେ କେନ୍ଦ୍ର କହିଛି- କାହାର ବି ଅକ୍ସ ୯୫ ପ୍ରତିଶତରୁ କମିଲେ ତାକୁ ଅକ୍ସିଜେନ୍ ଦିଆଯାଇଥାଏ । ଦେଶରେ ୧୬୨ଟି ଟିଏସଏ ପ୍ଲାଣ୍ଟ କରାଯାଉଛି । ୨୦୨ କୋଟି ଟଙ୍କା କେନ୍ଦ୍ର ସରକାର ନିବେଶ କରିଛନ୍ତି । ହସ୍ପିଟାଲରେ ସେଣ୍ଟ୍ରେଲାଇଜ୍ଡ ପାଇପଲାଇନ୍ ବ୍ୟବସ୍ଥା ହେବାର ଥିଲା । ଡିସେମ୍ବରରେ ପ୍ଲାଣ୍ଟ କାମ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ, ଫେବ୍ରୁଆରୀରେ କରୋନା ସଂକ୍ରମଣ କମିବା ପରେ କାମ ଧିର ହୋଇଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

Leave a Reply