ବିଜେପି ପ୍ରଚାରପତ୍ର ଓ ଖେଳ ସାମଗ୍ରୀ ଜବତ ଘଟଣା, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରଚାରପତ୍ର ସହ ଖେଳ ସାମଗ୍ରୀ ଜବତ ଘଟଣା । ସିଇଓଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, କିଶୋର ନଗର ବ୍ଲକ ପରଶୁମାଳ ଗାଁରେ ଅଚ୍ଯୁତାନନ୍ଦ ସାହୁଙ୍କ ଘରେ ଦୁଇଟି ବ୍ଯାଗକୁ ଲୋକ ଠାବ କରିଥିଲେ । ଅଚ୍ଯୁତାନନ୍ଦ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଅତ୍ଯନ୍ତ ଘନିଷ୍ଠ । ଦୁଇଟି ବ୍ଯାଗରୁ ଗୋଟିଏ ବ୍ଯାଗକୁ ପୋଲିସ ଜବତ କରିଛି । ସେଥିରେ ଖେଳ ସାମଗ୍ରୀ ରହିଥିଲା । ଏହାକୁ ଯୁବକଙ୍କୁ ବାଣ୍ଟି ବିଜେପିକୁ ଭୋଟ ହାସଲ କରିବାକୁ ଉଦ୍ଯମ କରୁଥିଲା । ଅନ୍ଯ ଗୋଟିଏ ବ୍ଯାଗ ଜବତ ହୋଇପାରନି । ସେଥିରେ ବିପୁଳ ଟଙ୍କା ଥିବା ସନ୍ଦେହ କରାଯାଉଛି । ଏଣୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।