ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
1 min read
ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ଭୁବନେଶ୍ୱରରୁ ପାଟଣା ଯିବାକୁ ଥିବା 6E6485 ନମ୍ବର ଫ୍ଲାଇଟକୁ ବାତିଲ କରାଯାଇଛି । ଅନ୍ୟସବୁ ଫ୍ଲାଇଟ ନିର୍ଦ୍ଧାରିତ ସମୟରେ ଉଡାଣ ଭରୁଥିବା ବେଳେ ଭୁବନେଶ୍ୱରରୁ ପାଟଣା ଫ୍ଲାଇଟ ବାତିଲ ହୋଇଛି । ବାତିଲ ହେବାର କାରଣ ନେଇ ସଠିକ ସୂଚନା ମିଳିପାରିନାହିଁ ।ସେପଟେ ବିମାନବନ୍ଦର ପୂରା ଖାଁ ଖାଁ ରହିଛି । ଶୁକ୍ରବାର ଯେଉଁଭଳି ଭିଡ ଦୃଶ୍ୟମାନ ହେବା କଥା ତାହା ଆଜି ପରିଲକ୍ଷିତ ହୋଇନାହିଁ । ସେପଟେ ଦେଶର ସବୁ ବିମାନ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଥିବା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସନ୍ଧାନୀ କୁକୁର ସାହାଯ୍ୟରେ ତନତନ୍ କରି ଯାଞ୍ଚ କରାଯାଉଛି । ବିଭିନ୍ନ ସ୍ଥାନରେ CISF ଯବାନ ମୁତୟନ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।