ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ, AIIMSରୁ ଡିସଚାର୍ଜ

1 min read

ଭୁବନେଶ୍ୱର: ମହାମାରୀ କରୋନାକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଆସିଛି ଖୁସି ଖବର । ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ମେଡିକାଲରୁ ଘରକୁ ଫେରିଛନ୍ତି । ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ନେଗେଟିଭ୍ ଆସିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଗତ ମାର୍ଚ୍ଚ ୧୯ ତାରିଖରେ ଲଣ୍ଡନ ଫେରନ୍ତା ୧୯ ବର୍ଷୀୟ ଯୁବକଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା । ତାଙ୍କୁ ଭୁବନେଶ୍ୱର ଏମ୍ସରେ ରଖି ଚିକିତ୍ସା କରାଯାଉଥିଲା । ତାଙ୍କ ସଂସ୍ପର୍ଶରେ ୪୬ ଜଣ ଆସିଥିଲେ । ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଥିଲା ।

ଦୁବାଇରୁ ଭଦ୍ରକ ଭାୟା କୋଲକାତା ଦେଇ ଆସିଥିଲେ ଚତୁର୍ଥ କରୋନା ଆକ୍ରାନ୍ତ

୧୪ ଦିନ ପରେ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଛି । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ନିୟମ ଅନୁସାରେ ୨୪ ଘଣ୍ଟାରେ ତାଙ୍କର ୨ଥର ନମୁନା ପରୀକ୍ଷା କରାଯିବ । ତାପରେ ରିପୋର୍ଟ ନେଗେଟିଭ୍ ଆସିଲେ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ତୃତୀୟ ଓ ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ମଧ୍ୟ ଚାଲିଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଦିଲ୍ଲୀ ତବଲିଗି ଜମାତ୍ ପାଇଁ ଦେଶରେ ବଢ଼ୁଛି କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Leave a Reply