ଆଜିଠୁ ଭାରତୀୟ ସେନାର କମାଣ୍ଡର ସମ୍ମିଳନୀ, ରାଷ୍ଟ୍ରୀୟ ସୁରକ୍ଷାର ଚ୍ୟାଲେଞ୍ଜ ଉପରେ ହେବ ସମୀକ୍ଷା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ସ୍ଥଳସେନାର ପାଞ୍ଚ ଦିନିଆ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ସେନାର ଉଚ୍ଚସ୍ତରୀୟ କମାଣ୍ଡରମାନେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଭାରତର ରାଷ୍ଟ୍ରୀୟ ସୁରକ୍ଷାର ଚ୍ୟାଲେଞ୍ଜ ଗୁଡ଼ିକ ଉପରେ ବ୍ୟାପକ ସମୀକ୍ଷା କରାଯିବ । ଭାରତୀୟ ସେନାବାହିନୀର ଭବିଷ୍ୟତ କାର୍ଯ୍ୟ, ସାଂପ୍ରତିକ ସୁରକ୍ଷା ସମସ୍ୟା ଓ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥାର ବିକାଶ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହେବ ।

ସୂଚନାଯୋଗ୍ୟ, ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଶୀର୍ଷ ସମ୍ମିଳନୀରେ ଭାରତୀୟ ସେନାବାହିନୀର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହିତ ନୀତି ନିର୍ଦ୍ଧାରଣ କରାଯାଏ । ଏହି ସମ୍ମିଳନୀରେ ସେନାବାହିନୀର ବରିଷ୍ଠ ଅଧିକାରୀମାନଙ୍କ ସମେତ ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ।