୧୫ ବର୍ଷରୁ ଉର୍ଦ୍ଧ୍ବ ସରକାରୀ ଗାଡ଼ିର ସ୍କ୍ରାପିଙ୍ଗ୍‌ ବାଧ୍ୟତାମୂଳକ

କଟକ : ୧୫ ବର୍ଷରୁ ଉର୍ଦ୍ଧ୍ବ ସରକାରୀ ଗାଡ଼ିର ସ୍କ୍ରାପିଙ୍ଗ୍‌ ବାଧ୍ୟତାମୂଳକ କଲେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ । ବିଜ୍ଞପ୍ତି ଜରିଆରେ ବିଭିନ୍ନ ବିଭାଗକୁ ଏନେଇ ଅବଗତ କରାଯାଇଛି । ବାହନ ପୋର୍ଟାଲ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ୧୫ ବର୍ଷରୁ ଉର୍ଦ୍ଧ୍ବ ୧୧ ହଜାର ୮୭୧ଟି ଫିଟ୍‌ ଓ ଅନଫିଟ୍‌ ସରକାରୀ ଗାଡ଼ି ସ୍କ୍ରାପିଙ୍ଗ୍‌ ପାଇଁ ଚିହ୍ନଟ କରାଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟ ଏ ସମ୍ପର୍କରେ ବିଭିନ୍ନ ସରକାରୀ ବିଭାଗକୁ ଚିଠି ଲେଖି ଅବଗତ କରାଇଛି । ଖୁବଶୀଘ୍ର ରାଜ୍ୟରେ ଦୁଇଟି ସ୍କ୍ରାପିଙ୍ଗ୍‌ ସେଣ୍ଟର ଯାଜପୁର ଏବଂ ଖୋର୍ଦ୍ଧାରେ ଆରମ୍ଭ ହେବ । ଓଡ଼ିଶା ସରକାର ଗତ ନଭେମ୍ବର ୩୦ ତାରିଖରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଳେଭରେ ଭେହିକିଲ ସ୍କ୍ରାପିଙ୍ଗ୍‌ ପଲିସି ଅଫ ଓଡ଼ିଶା ଉନ୍ମୋଚନ କରିଥିଲେ ।