ତ୍ରିରଙ୍ଗାକୁ ଅସମ୍ମାନ କଲେ ଛାତ୍ର, ରାଗିବାରୁ ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାଶ୍ମୀର:  ଇଦଗାହ ଅଂଚଳର ସହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆତଙ୍କୀ ହମଲା, ସମସ୍ତଙ୍କୁ ଚକିତ କଲାଭଳି  । ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଛାତ୍ରଙ୍କ ଉପରେ ଶିକ୍ଷକ ଜଣଙ୍କ ରାଗିଥିବାରୁ ଏହି ଆତଙ୍କବାଦୀ ମାନେ ଉକ୍ତ ଶିକ୍ଷକଙ୍କୁ ହତ୍ୟା କରିଛନ୍ତି  । ଗତ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ ସମୟରେ ବିଦ୍ୟାଳୟର ୧୫ ଜଣ ଛାତ୍ର ତ୍ରିରଙ୍ଗାକୁ ସମ୍ମାନ ଦେବା ବଦଳରେ ଅସମ୍ମାନ କରିଥିଲେ  ।

ପରବର୍ତ୍ତୀ ସମୟରେ ବିଦ୍ୟାଳୟରେ ଶିକ୍ଷକ ଜଣଙ୍କ ସେହି ଛାତ୍ରମାନଙ୍କ ଉପରେ ରାଗିଥିଲେ  । ଅର୍ଥାତ ସେମାନଙ୍କୁ ବୁଝାଇଥିଲେ ଯେ, ଏ ଦେଶର ତ୍ରିରଙ୍ଗା ପତାକାକୁ ସମ୍ମାନ ଦେବା ଆମ କର୍ତ୍ତବ୍ୟ  । ତେଣୁ ଆଗାମୀ ଦିନରେ ଏପରି ନକରିବାକୁ ତାଗିଦ କରିଥିଲେ ଶିକ୍ଷକ  । ଆଉ ଏଥିପାଇଁ ହିଁ ଉକ୍ତ ହିନ୍ଦୁ ଶିକ୍ଷକ ଜଣଙ୍କ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିଲେ ବୋଲି ସୂଚନା ମିଳିଛି  ।

ସେପଟେ ଏହି ସବୁ ଆକ୍ରମଣ ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ ନାମକ ଏକ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଛି । ସୁରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ରେଜିଷ୍ଟାନସ ଫୋର୍ସ ହେଉଛି ଲସ୍କର ଇ ତୋଇବାର ଫ୍ରଣ୍ଟ୍ । ଏହା ଅନେକ ସମୟରେ ଲସ୍କର ଇ ତୋଇବା ପାଇଁ କାମ ମଧ୍ୟ କରିଥାଏ  ।  ଗୋଇନ୍ଦା ବିଭାଗର ସୂଚନା ମୁତବାକ କାଶ୍ମୀରର ଅଳ୍ପ ସଂଖ୍ୟକ ହିନ୍ଦୁ ଏବଂ ଶୀଖଙ୍କୁ ହତ୍ୟା କରିବା ପାଇଁ  ଉକ୍ତ ସଂଗଠନ ୧୦୦ଟି ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି  ।

Leave a Reply