ଦିଲ୍ଲୀରେ ଆଜିଠାରୁ ଖୋଲିଲା ସ୍କୁଲ୍

1 min read

ଦିଲ୍ଲୀ : ଦିଲ୍ଲୀରେ ଆଜିଠାରୁ ଖୋଲିଲା ବିଦ୍ୟାଳୟ। ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ  ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି । ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି  । ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା।

ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି।  ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି । ଯାହାକି ଖରାପ ଶ୍ରେଣୀରେ ଅଛି। ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଜିଆରଏପି-୩ର ସମସ୍ତ ନିୟମ ପାଳିବା ପାଇଁ କହିଛନ୍ତି ।