ମାଛର ଦାମ୍ କାହିଁକି ୧ କୋଟି; କ’ଣ ସବୁ ଔଷଧୀୟ ଗୁଣ ରହିଛି ଏହି ମାଛରେ ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

1 min read

ଭୁବନେଶ୍ୱର: ମାଛର ଦାମ ୧ କୋଟି ଟଙ୍କା । ଏକ କିଲୋ ମାଛ ପାଇଁ ଦେବାକୁ ପଡ଼ିବ ୧୨ ହଜାର ୬୦୦ ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ପଶ୍ଚିମବଙ୍ଗର ଦୀଘାରେ ୧ କୋଟି ଟଙ୍କାରେ ବିକ୍ରି ହୋଇଛି ୩୦ଟି ତେଲିଆ ଭୋଲା ମାଛ । ଦୀଘା ମହୋନା ବଜାରରେ ଆଜି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାଆ ବାସନ୍ତୀ ନାମକ ଏଖ ମାଛ ଟ୍ରଲର ୩୦ଟି ତେଲିଆ ଭୋଲା ମାଛ ଧରିଥିଲା । ମୋହନା ବଜାର ମାଛ ମାର୍କେଟ ସଂଘର ସଭାପତି ଶ୍ୟାମ ସୁନ୍ଦର୍ ଦାସଙ୍କୁ ଏହି ମାଛ ୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ଶ୍ୟାମ ସୁନ୍ଦର୍ ଦାସ ଏହି ମାଛକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରିଛନ୍ତି । ଏହି କମ୍ପାନୀ ମାଛକୁ ବିଦେଶରେ କୌଣସି ଔଷଧ କମ୍ପାନୀକୁ ବିକ୍ରି କରିବ । ମାଛରୁ କ୍ୟାପସୂଲ୍ ପ୍ରସ୍ତୁତ ହେବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏକ ମାଛର ମୂଲ୍ୟ କାହିଁକି ଏତେ ଟଙ୍କା । କେଉଁ କ୍ୟାପସୁଲ ତିଆରି ହୁଏ ଏହି ମାଛରୁ । ଏ ସମସ୍ତ ତଥ୍ୟ ଜାଣିବା ପାଇଁ ପଢ଼ନ୍ତୁ ଏହି ଖବର ।

ତେଲିଆ ଭୋଲା ମାଛ ସାଧାରଣତଃ ଘୋଲ ମାଛ ଓ କଳା ଦାଗଯୁକ୍ତ କ୍ରୋକର ମାଛ ଭାବରେ ବେଶ୍ ପରିଚିତ । ଯଦି ଆମେ ଏହି ମାଛର ବାୟୋଲଜିକାଲ ନାମ ଦେଖିବା ତାହାଲେ ଏହି ମାଛର ବାୟୋଲୋଜିକାଲ ନାଁ ହେଉଛି “ପ୍ରୋଟୋନିବିୟା ଡିଆକାନଥସ୍” । ମୁଖ୍ୟତଃ ଏହି ମାଛ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମିଳିଥାଏ । ତେବେ ଏହି ତେଲିଆ ଭୋଲା ମାଛ ଦୁନିଆର ସବୁଠାରୁ ମହଙ୍ଗା ସାମୁଦ୍ରିକ ମାଛ ମଧ୍ୟରୁ ଅନ୍ୟତମ । ଏହି ମାଛକୁ “ସାଗର ସୁନା” ବୋଲି ମଧ୍ୟ କୁହାଯାଏ । ଏହି ମାଛର ଔଷଧୀୟ ଗୁଣ ପାଇଁ ଏହାର ଚାହିଦା ବିଦେଶୀ ବଜାରରେ ବେଶ୍ ଅଧିକ । ଯଦି ଆମେ ଔଷଧୀୟ ଗୁଣ ଦେଖିବା ତାହାଲେ ଏହି ମାଛ ମଧ୍ୟରେ ଆୟୋଡିନ୍, ଓମେଗା-୩, ଡିଏଚଏ, ଇପିଏ, ଆଇରନ, ଟଉରିନ୍, ମ୍ୟାଗ୍ନସିୟମ୍, ଫ୍ଲୋରାଇଡଠାରୁ ସେଲେନିୟମ ପର୍ଯ୍ୟନ୍ତ ପୃଷ୍ଟିକର ପଦାର୍ଥରେ ଭରପୂର । ଏହାର ପାକସ୍ତଳୀରେ ଭରପୂର ଔଷଧୀୟ ଗୁଣ ରହିଛି ଯେଉଁଥି ପାଇଁ ବିଦେଶୀ ବଜାରରେ ଏହାର ଚାହିଦା ବେଶ୍ ଅଧିକ ରହିଛି ।

 

ଏହି ତେଲିଆ ଭୋଲା ମାଛର ଉପକାରିତା ବିଷୟରେ ଯଦି କହିବା ତାହାଲେ ଏହି ମାଛ ଆଖି ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ । ଏହି ମାଛରେ ଅନେକ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ଥାଏ । ଯାହା ଆଖିର ଦୃଷ୍ଟିଶକ୍ତି ବଜାୟ ରଖିବାରେ ସାହାର୍ଯ୍ୟ କରେ । ବାର୍ଦ୍ଧକ୍ୟକୁ ମଧ୍ୟ ରେକି ଥାଏ ଏହି ତେଲିଆ ଭୋଲା ମାଛ । ଏହି ମାଛରେ ଥିବା କୋଲାଜେନ୍ ଚମର୍ର ଇଲାସ୍ଟିସିଟିକୁ ଅକ୍ଷୁର୍ଣ୍ଣ ରଖିଥାଏ । ଯଦି ଶିଶୁ ମାନଙ୍କ କଥା କହିବା ତାହାଲେ ଏହି ମାଛ ଦ୍ବାରା ଶିଶୁମାନଙ୍କର IQକୁ ଉନ୍ନତି କରିଥାଏ । ଏଥିରେ ଥିବା ଓମେଗା-୩ ଶିଶୁମାନଙ୍କର IQ ଉନ୍ନତ କରିଥାଏ । ନିୟମିତ ଏହି ମାଛକୁ ଖାଇବା ଦ୍ୱାରା ଶିଶୁଙ୍କର ମସ୍ତିଷ୍କ କୋଷର ବୃଦ୍ଧି ମଧ୍ୟ ହୋଇଥାଏ ।

ଏହି ସବୁ ଔଷଧୀୟ ଗୁଣ ପାଇଁ ଏତେ ମୂଲ୍ୟବାନ ହୋଇପାରିଛି ଏହି ତେଲିଆ ଭୋଲା ମାଛ । ଏକାଧିକ ଔଷଧୀୟ ଗୁଣ ପାଇଁ ବିଦେଶୀ ବାଜରରେ ମଧ୍ୟ ଏହି ମାଛର ଚାହିଦା ମଧ୍ୟ ବେଶ୍ ଅଧିକ ରହିଛି।

Leave a Reply