ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ନେଇ ଆବେଦନ ଖାରଜ

1 min read

ନୂଆଦିଲ୍ଲୀ: ନିଟ୍ ପିଜି ପରୀକ୍ଷା ଘୁଞ୍ଚାଇବା ନେଇ ଆବେଦନ ଖାରଜ । ପରୀକ୍ଷାକୁ ଘୁଞ୍ଚାଇବା ସଂକ୍ରାନ୍ତୀୟ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ୍ୟ ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ ହୋଇଥିଲା । ନିଟ୍ ପିଜି ପରୀକ୍ଷା ଆସନ୍ତା ମେ ୨୧ ହେବାର ଅଛି ।

ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ପ୍ରସ୍ତୁତି କରିନଥିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ । ଅନେକ ସ୍ଥାନରେ ଏବେବି ନିଟ୍ ପିଜି ୨୦୨୧ କାଉନସିଲିଂ ଚାଲିଛି । ଏହାରି ଭିତରେ ନିଟ୍ ପିଜି ପରୀକ୍ଷା ୨୦୨୨ ଆୟୋଜନକୁ ବିରୋଧ କରାଯାଉଛି । ତେବେ ପରୀକ୍ଷା ଘୁଂଚାଇବା ଆବେଦନ ଖାରଜ ହୋଇଛି ।