୧୩ଶହ ଟଙ୍କା ପାଇଁ ଚାଲିଗଲା ଷ୍ଟେଟ୍ ବ୍ୟାଙ୍କ୍ ମ୍ୟାନେଜରଙ୍କ ଚାକିରି

ଚେନ୍ନାଇ: ବ୍ୟାଙ୍କ ମ୍ୟାନେଜରଙ୍କ ଦରମା କେତେ ହୋଇଥିବ ତାହା ପାଠକଙ୍କୁ ବେଶ ଭଲଭାବେ ଜଣା । ତେବେ ଜଣେ ବ୍ୟାଙ୍କ ମ୍ୟାନେଜର ମାତ୍ର ୧୩ଶହ ଟଙ୍କା ପାଇଁ ନିଜର ଚାକିରି ହରାଇଛନ୍ତି । ଚାକିରୀ ପାଇଁ ଯବୁକ ଯୁବତୀମାନେ କିଭଳି କଷ୍ଟ ସହିଥାନ୍ତି ତାହା ସମସ୍ତଙ୍କୁ ଜଣା । ମାତ୍ର ଜଣେ ବ୍ୟାଙ୍କ ମ୍ୟାନେଜର ମାତ୍ର ୧୩ ଶହ ଟଙ୍କାର ନକଲି ବିଲ୍ ପୈଠ କରିଥିବାରୁ ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଛି । ତେବେ ଏହି ଘଟଣାଟି ମାଡ୍ରାସରୁ ଆସିଛି । ନକଲି ବିଲ ଦାଖଲ କରିଥିବାରୁ ଚାକିରି ହରାଇବାକୁ ପଡ଼ିଛି । ତେବେ ଏହି ଘଟଣା ପାଇଁ ମାମଲା କୋର୍ଟରେ ପହଞ୍ଚଥିବାବେଳେ ମାଡ୍ରାସ ହାଇକୋର୍ଟ ଏହଭଳି ଏକ ରାୟ ଶୁଣାଇଛନ୍ତି ।

ତେବେ ଏହି ମାମଲାରେ କୋର୍ଟ କହିଛନ୍ତି କି, ଶୃଙ୍ଖଳା ରକ୍ଷା କରିବା ଅଧିକାରୀମାନଙ୍କ ଦାୟିତ୍ବ । ତେବେ କହି ରଖୁଛୁ କି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ମ୍ୟାନେଜର ଜଣକ ହୋଟେଲରେ ରହିଥିଲେ । ବ୍ୟାଙ୍କ କାମରେ ଯାଇଥିବାବେଳେ ହୋଟେଲରେ ରୁମ ନେଇଥିଲେ । ମାତ୍ର ସେ ଯେତେବେଳେ ବିଲ୍ ପୈଠ କରିଥିଲେ ସେତେବେଳେ ସେ ଅଧିକ ଟଙ୍କାର ବିଲ ଦେଇଥିଲେ । ଯାଂଚ ଅଧିକାରୀ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗୋଟିଏ ମାସର ଦରମା ବନ୍ଦ କରିଥିଲେ ।  କିନ୍ତୁ ମହାପ୍ରବନ୍ଧକ କହିଥିଲେ କି, ତାଙ୍କୁ ଚାକିରିରୁ ବାହାର କରିବା ପାଇଁ । ଯାହାକୁ ସେ ମଧ୍ୟ ଅନୁମୋଦନ କରିଥିଲେ । ଯାହାକୁ ନେଇ ବ୍ୟାଙ୍କ ମ୍ୟାନେଜର ଜଣକ ମାଡ୍ରାସ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏବଂ କୋର୍ଟ ମଧ୍ୟ ସମାନ ରାୟ ଶୁଣାଇଥିଲେ ।

ସୂଚନା ଥାଉକି, ୨୦୦୯ ମସିହାରେ ଏହି ବ୍ୟାଙ୍କ ମ୍ୟାନେଜର ଜଣକ ଚାକିରି ପାଇଥିଲେ । ଧିରେ ଧିରେ ତାଙ୍କ ପଦୋନ୍ନତି ହୋଇଥିବାବେଳେ ସେ ମ୍ୟାନେଜର ପୋଷ୍ଟ ପାଇଥିଲେ । ୨୦୧୧ ମସିହାରେ ମ୍ୟାନେଜର ହୋଇଥିଲେ । ୨୦୧୩ ମସିହାରେ ଏହି ଘଟଣାଟି ଘଟିଛି । ୟେଲୋଗିରି ହଲିଡେର ରୁମ ନମ୍ବର ୨୦୧ରେ ରହିଥିଲେ । ବ୍ୟାଙ୍କ କାମରେ ଯାଇଥିବାବେଳେ ଏହି ରୁମରେ ରହିଥିଲେ । ଯେଉଁ ରୁମର ବିଲ ସେ ୧୩ଶହ ଟଙ୍କା ବୋଲି ବିଲ ପୈଠ କରିଥିଲେ । ବାସ୍ତବରେ କିନ୍ତୁ ଏହି ରୁମର ଭଡ଼ା ଥିଲା ୮୮୦ । ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବାବେଳେ ତଦନ୍ତ ହୋଇଥିଲା । ତଦନ୍ତରୁ ସ୍ପଷ୍ଠଭାବେ ଜଣାପଡ଼ିଥିଲା କି, ରୁମର ଭଡ଼ା କମ ରହିଛି । ଏଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କ ବିପକ୍ଷରେ ରାୟ ଯାଇଛି ।