ନେଡ଼ିଗୁଡ଼ କହୁଣୀକୁ ବୋହିଲା ପରେ ଚେତିଲା କେନ୍ଦ୍ର: ସସ୍ମିତ ପାତ୍ର

ଭୁବନେଶ୍ୱର: ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡ଼ିଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି । ବୀମା ପ୍ରଦାନ ପାଇଁ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିବା ପରେ ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।