ସାରୁଆ ଜମି କେଳେଙ୍କାରୀରେ ଓଟିଭିର ସଂପୃକ୍ତି, ଜୟଙ୍କୁ ରାଜ୍ୟସଭା ସାଂସଦ ସସ୍ମିତ, ଅମରଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଜଣେ ଖଣି ମାଲିକ । ରିୟଲ ଇଷ୍ଟେଟ୍, ଡେଭଲପର ସହ ଜଣେ କୋଟିପତି । ଏତେ ସବୁ ପରେ ବି କ୍ଷମତା, ସମ୍ପତ୍ତିର କ୍ଷୁଧା ଯେମିତି ତାଙ୍କର ହ୍ରାସ ପାଇନାହିଁ । ନହେଲେ ସାରୁଆରେ ଗରିବ ଦଳିତ ପରିବାରର ଜମି ହାତେଇବା ପାଇଁ ସେ ଚେଷ୍ଟା କରି ନ ଥାନ୍ତେ । ଜୟଙ୍କ ପାଇଁ ଟଙ୍କା ବଡ଼, ସାଧାରଣ ଖଟିଖିଆ ଜନତା ନୁହେଁ ବୋଲି ବିଜେଡି ରାଜ୍ୟ ସଭା ଏମପି ସସ୍ମିତ ପାତ୍ର ଟୁଇଟ୍ କରି କହିଛନ୍ତି । ପୁନର୍ବାର ସସ୍ମିତ କହିଛନ୍ତି, ନିଜ ଉପରକୁ ବିପଦ ମାଡି ଆସିଲେ ଜୟ ଗଣମାଧ୍ୟମର ବାକ୍ ସ୍ୱାଧୀନତା କଥା ଉଠାଇ ଥାଆନ୍ତି ।

ସେହିପରି ଅନ୍ୟତମ ପ୍ରମୁଖ ବିଜେଡି ନେତା ତଥା ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ମଧ୍ୟ ଓଟିଭି, ଏହାର କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଅମର କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୋଧେ ଚାହାନ୍ତି, ଧନୀ ସେମିତି ଧନୀ ହୋଇ ରହି ଥାଆନ୍ତୁ । ଆଉ ଗରିବ ସବୁବେଳ ପାଇଁ ଗରିବ ।

କ୍ରାଇମବ୍ରାଞ୍ଚ ଦ୍ୱାରା ମାରାଥନ ଜେରା ଓ ପ୍ରାଥମିକ ତଦନ୍ତରୁ ସାରୁଅ ଜମି କେଳେଙ୍କାରୀ ନେଇ ଓଟିଭି କର୍ତ୍ତୃପକ୍ଷଙ୍କ ସଂପୃକ୍ତି ପ୍ରମାଣିତ ହୋଇଥିଲା । ଯାହାର ଆଧାରରେ ଓଟିଭି ସିଏଫଓଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀକୁ ସାରୁଅ ଅଞ୍ଚଳ ସମେତ ରାଜ୍ୟର ବୁଦ୍ଧିଜୀବୀ ବର୍ଗ ସ୍ୱାଗତ କରିଛନ୍ତି ।

Leave a Reply