ବିପର୍ଯ୍ୟୟ ମୁକାବିଲାରେ ନବୀନ ନମ୍ୱର ଓ୍ୱାନ: ସଞ୍ଜୟ ଦାସବର୍ମା

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ନିବେଦନ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଗୁରୁବାର ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ତଥା ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ଆହ୍ୱାନ ଦେଇଥିଲେ । ଏବଂ ଏହାକୁ ସାଧାରଣ ଜନତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି । ଆସନ୍ତାକାଲି ଅର୍ଥାତ ଶନିବାର ସନ୍ଧ୍ୟା ସାଢ଼େ ୫ଟା ବେଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି । ଆଉ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ଦାସବର୍ମା । ଏଥିସହିତ ବିଜେଡିର ତୃଣମୂଳସ୍ତରର କର୍ମୀ, ନିର୍ବାଚିତ ପ୍ରତିନିଧି, ମାନ୍ୟବର ବିଧାୟକମନେ ନିଜ ନିଜ ଅଂଚଳରେ ସାମାଜିକ ଦୂରତ୍ୱ ରକ୍ଷା କରି ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହିତ ଅନ୍ୟମାନଙ୍କୁ ଏଥିରେ ସାମିଲ କରିବା ପାଇଁ ସଞ୍ଜୟ ଦାସବର୍ମା ନିବେଦନ କରିଛନ୍ତି।

କଟକରେ ଡାକ୍ତର ହେଲେ କରୋନା ଆକ୍ରାନ୍ତ

ଏହି ଅବକାଶରେ ଦାସବର୍ମା କହିଛନ୍ତି, ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ କର୍ଯ୍ୟକଳ ଆଜି ପୂରଣ ହୋଇଛି। ୫ମ ଥର ପାଇଁ ବିପୁଳ ଭୋଟରେ ନବୀନ ବାବୁଙ୍କୁ ସେବା କରିବା ପାଇଁ ରାଜ୍ୟବାସୀ ସୁଯୋଗ ଦେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ଼ ବିପର୍ଯ୍ୟୟ ଯଥା, ଫୋନି, ବୁଲବୁଲ, କରୋନା ଏବଂ ନିକଟରେ ସଂଗଠିତ ହୋଇଥିବା ଅମ୍ଫାନର ସଫଳ ମୁକାବିଲା କରିଛନ୍ତି। ଏହି ବିପର୍ଯୟକୁ ଅତ୍ୟନ୍ତ ସଫଳତାର ସହ ମୁକାବିଲା କରି ନବୀନ ସରକାର ରାଜ୍ୟ ପାଇଁ ପ୍ରଶଂସା ଆଣି ପାରିଛନ୍ତି। ସ୍ଵାଧୀନତାର ଅନେକ ବର୍ଷ ପରେ ଏମିତି ଏକ ଲୋକାଭିମୁଖୀ ସରକାର ଯିଏକି ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମକୁ ପ୍ରଚଳିତ କରି ନିଜର ଉତ୍ତର ଦାୟିତ୍ୱକୁ ଉପଯୁକ୍ତ ପ୍ରମାଣିତ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କେନ୍ଦ୍ରାପଡ଼ାର ବଳଦେବ ଜିଉ, ସମ୍ବଲପୁର ସମଲେଶ୍ଵରୀ , ଗଞ୍ଜାମର ତାରାତାରିଣୀ, ବାରିପଦାର ଜଗନ୍ନାଥ ମନ୍ଦିରର  ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ସରକାର ସବୁଠାରୁ ଆହ୍ୱାନର ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସେବାକୁ ଉତ୍ତର ଦାୟିତ୍ୱର ସହ ସୁନିଶ୍ଚିତ କରିବା ପାଇଁ  ପ୍ରତ୍ୟେକ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ସେହିପରି ସର୍ବପୁରାତନ ଏସିବି ମେଡିକାଲ କଲେଜର ନବୀକରଣ ଓ ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇଁ ଦେଢ଼ ହଜାର କୋଟି ଟଙ୍କା ବ୍ୟୟରେ ଏହାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ବର୍ମା କହିଛନ୍ତି।

Odisha Govt is committed to implement NFSA: Minister - Odisha News ...

ସେହିପରି ଦାସବର୍ମା ଆହୁରି ମଧ୍ୟ କହିଛନ୍ତି, ନବୀନ ସରକାର ଗତ ବର୍ଷକ ମଧ୍ୟରେ ବହୁ ବାଧାବିଘ୍ନ ସହିତ ଉତ୍ତମ ମୁକାବିଲା ମାଧ୍ୟମରେ ରାଜ୍ୟର ଶାସନ ବ୍ୟବସ୍ଥା ଓ ରାଜ୍ୟବାସୀଙ୍କ ଧର୍ଯ୍ୟକୁ ସାରା ଦେଶ ଏବଂ ବିଶ୍ୱରେ ଏକ ମଡେଲ ଭାବେ ଉପସ୍ଥାପିତ କରିବାରେ ସ୍ୱତନ୍ତ୍ର ଲାଣ୍ଡମାର୍କ ସୃଷ୍ଟି କରିପାରିଛନ୍ତି। ସବୁ କ୍ଷେତ୍ରରେ ଆମ ରାଜ୍ୟକୁ ଚାରିଆଡୁ ପ୍ରଶଂସା ମିଳୁଛି। ଏହି

ସମୟରେ କୋରୋନାକୁ ମୁକାବିଲା କରୁଛେ । ରାଜ୍ୟବାସୀଙ୍କ ସ୍ଵାର୍ଥ ଓ ଜୀବନ ରକ୍ଷା ରାଜ୍ୟ ସରକାରଙ୍କ ପ୍ରମୁଖ ଦାଇତ୍ୱ ବୋଲି ନବୀନ ସରକାର ଘୋଷଣା କରିଛନ୍ତି।ଏହି କଠିନ ସମୟରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ସମିଳିତ ଉଦ୍ୟମ ଉପରେ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି।

Leave a Reply