ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଟଙ୍କା ଦେବେ ସୋଏବ, ଜାଣନ୍ତୁ ଦୁନିଆର ୫ ମହଙ୍ଗା ଛାଡ଼ପତ୍ର

1 min read

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ କ୍ରିକେଟ ତାରକା ସୋଏବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଚ୍ଛେଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ଷ୍ଟାର ଦମ୍ପତ୍ତିଙ୍କ ବିଚ୍ଛେଦ ହେବା ପରେ କୁହାଯାଉଛି କି, ସାନିଆଙ୍କ ଭରଣ ପୋଷଣ ପାଇଁ କେତେ ଦେବେ ସୋଏବ । ସୋଏବ ତୃତୀୟ ବିବାହ କରିଥିବାବେଳେ ପ୍ରଥମ ପତ୍ନୀଙ୍କୁ ୧୫ କୋଟି ଟଙ୍କାର ଭରଣ ପୋଷଣ ଦେଇଥିଲେ । ଆଉ ଏବେ ତାଙ୍କ ନେଟଓ୍ବର୍ଥ ରହିଛି ୨୩୨ କୋଟି ଟଙ୍କା । ସେ ହେଉଛନ୍ତି ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର । ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ୫ ଦାମୀ ଛାଡ଼ପତ୍ର ସମ୍ପର୍କରେ ।
ବିଲ ଗେଟ୍ସ ଏବଂ ମିଲିଣ୍ଡା ଗେଟ୍ସ
ଦୁନିଆର ସବୁଠାରୁ ମହଙ୍ଗା ଛାଡ଼ପତ୍ରର ଏକ ନମ୍ବର ସ୍ଥାନରେ ଆସନ୍ତି ବିଲ ଗେଟ୍ସସ ଦମ୍ପତ୍ତି । ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲଗେଟ୍ସ ଦମ୍ପତ୍ତି ୨୭ ବର୍ଷ ଏକାଠି ବିତାଇବା ପରେ ଛାଡ଼ପତ୍ର ପାଇଁ ନିଷ୍ପତ୍ତି ନେଇଥିଲେ । ମେ ୩ ୨୦୨୧ରେ ସେମାନଙ୍କ ଛାଡ଼ପତ୍ର ହୋଇଥିବାବେଳେ ଭରଣ ପୋଷଣ ପାଇଁ ପତ୍ନୀଙ୍କୁ ୭୩ ଆରବ ଡଲାର ଦେଇଥିଲେ । ବିଲ ଗେଟ୍ସଙ୍କ ନେଟଓ୍ବଥ ଏବେ ୧୪୨ ଆରବ ଡଲାର ରହିଛି ।
ଜୈଫ ବେଜିସ ଏବଂ ମେଙ୍କଜି ସ୍କଟ୍
ଇ- କମର୍ସ ସାଇଟ୍ ଆମାଜନର କୋ ଫାଇଣ୍ଡର ଜୈଫ ବେଜିସ ଏବଂ ପତ୍ନୀ ମେଙ୍କଜି ସ୍କଟଙ୍କ ମଧ୍ୟରେ ୨୦୧୯ ମସିହାରେ ଛାଡ଼ପତ୍ର ହୋଇଥିଲା । ୩୮ ବିଲିୟନ ଡଲାର ଦେଇଥିବାବେଳେ ଜୈଫ ବେଜିସଙ୍କ ନେଟଓ୍ବର୍ଥ ରହିଛି ୧୮୨ ବିଲିୟନ ଡଲାର । ସେ ହେଉଛନ୍ତି ବିଶ୍ବର ଦୁଇ ନମ୍ବର ଧନୀ । ସେପଟେ ତାଙ୍କ ପତ୍ନୀ ବିଶ୍ବର ଧନୀ ତାଲିକାର ୩୫ ନମ୍ବର ସ୍ଥାନରେ ରହିଛନ୍ତି ।
ରୂପର୍ଟ ମୁର୍ଡିକ ଏବଂ ମାରିୟା
ମିଡିଆ ମୋଗଲ ଭାବେ ଜଣାଶୁଣା ରୂପର୍ଟ ଦମ୍ପତ୍ତି ୩୧ ବର୍ଷ ଏକାଠି ରହିବା ପରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଭରଣପୋଷଣ ପାଇଁ ନିଜ ପତ୍ନୀଙ୍କୁ ୧.୭ ଆରବ ଡଲାର ଦେଇଥିଲେ । ବିବାହ ବିଚ୍ଛେଦର ୧୭ ଦିନ ପରେ ରୂପର୍ଟଙ୍କ ବିବାହ ହୋଇଥିଲା ।
ଏଲେକ-ଜୋସଲିନ୍ ବିଲ୍ଡନଷ୍ଟିନ
ଫ୍ରାନ୍ସ ଆମେରିକାନ ବ୍ୟବସାୟୀ ଏବଂ ଆର୍ଟ ଡିଲର ଏଲେକ ତାଙ୍କ ପତ୍ନୀଙ୍କ ସହ ୨୧ ବର୍ଷ ଧରି ରହିବା ପରେ ସେମାନଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ୧୯୯୯ ମସିହାରେ ଏହି ଛାଡ଼ପତ୍ର ହୋଇଥିବାବେଳେ ୩.୮ ଆରବ ଡଲାର ଭରଣ ପୋଷଣ ବାବଦକୁ ଦେଇଥିଲେ ।
ଷ୍ଟିବ ଏବଂ ଏଲିୟନ ବିନ୍
ଆମେରିକାର ଲାସ ବେଗାସର କିଶାନୀ କିଙ୍ଗ ଷ୍ଟିବ୍ ଏବଂ ପତ୍ନୀ ଏଲିୟନ ବିନଙ୍କ ଦୁଇଥର ବିବାହ କରିଥିଲେ । ପ୍ରଥମେ ୧୯୬୩ରୁ ୧୯୮୬ ଏବଂ ପରେ ୧୯୯୧ରୁ ୨୦୧୦ । ଦୁଇ ଦୁଇଥର ସେମାନଙ୍କ ଛାଡ଼ପତ୍ର ହେବା ହୋଇଥିଲା । ଶେଷଥର ଛାଡ଼ପତ୍ର ପରେ ପାଖାପାଖି ଏକ ମିଲିୟନ ଆରବ ଡଲାର ଭରଣ ପୋଷଣ ବାବଦକୁ ଦେବାକୁ ପଡ଼ିଥିଲା ।