ଆସୁଛି Samsungର ନୂଆ ପ୍ରଡକ୍ଟ , Air Dresser ସାହାଯ୍ୟରେ ଫଟାଫଟ ସଫା ହେବ ପୋଷାକ

1 min read

ନୂଆଦିଲ୍ଲୀ: ଇଲେକଟ୍ରୋନିକ ଲେଜେଣ୍ଡ Samsung ନିଜର ପ୍ରଡକ୍ଟ ପୋର୍ଟଫୋଲିଓ ବିସ୍ତାର କରିବାରେ ବ୍ୟସ୍ତ । ଦକ୍ଷିଣ କୋରିଆର ଏହି କମ୍ପାନୀ ଖୁବଶୀଘ୍ର ଦେଶରେ Smart Clothing Care Solution ଲଞ୍ଚ କରିବାକୁ ଯାଉଛି । ଲଞ୍ଚ ହେବାକୁ ଯାଉଥିବା ଆଗାମୀ ଡିଭାଇସକୁ ନେଇ କମ୍ପାନୀ କହିଛି ଯେ, ଏହାଦ୍ୱାରା ପ୍ରତିଦିନ ସଫା କରାଯାଉଥିବା ପୋଷାକକୁ ଫଟାଫଟ୍ ରିଫ୍ରେସ ତଥା ସଫା କରାଯାଇପାରିବ । ଏହି ଡିଭାଇସ ଘର କାମ ପାଇଁ ଖୁବ ସୁବିଧାଜନକ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।

 

ସୂଚନା ଅନୁଯାୟୀ Samsung Air Dresser ସର୍ବପ୍ରଥମେ ଚଳିତ ବର୍ଷ ନଭେମ୍ବର ମାସରେ ବ୍ରିଟେନରେ ଲଞ୍ଚ କରାଯାଇଥିଲା । ଏହି ଡିଭାଇସ ସାହାଯ୍ୟରେ ପୋଷାକକୁ ନଧୋଇ ତାକୁ ସଫା କରିହେବ । ବ୍ରିଟେନରେ ଏହି ଏୟାରଡ୍ରେସରକୁ ୧,୯୯୯ ପାଉଣ୍ଡରେ (୧,୯୮,୦୦୦ ଟଙ୍କା) ଉପଲବ୍ଧ କରାଯାଇଥିଲା । ଏହି ଜିଭାଇସ କ୍ରିଷ୍ଟଲ ମିରର ରଙ୍ଗରେ ଉପଲବ୍ଧ ଏବଂ ଏହି ଡିଭାଇସକୁ କମ୍ପାନୀ ନିଜ ଅଫିସିଆଲ ୱେବସାଇଟ ଏବଂ Harrods ରେ ଆସନ୍ତା ବର୍ଷ ଜାନୁଆରୀ ୨୩ରେ ଉପଲବ୍ଧ କରାଇବ ।

ତେବେ Samsung ଆସନ୍ତା ସପ୍ତାହ ଏହି ପ୍ରଡକ୍ଟକୁ ଭାରତରେ ଲଞ୍ଚ କରିପାରେ । ଅବଶ୍ୟ ବର୍ତ୍ତମାନ ସୁଦ୍ଧା ଲଞ୍ଚ ତାରିଖ ବିଷୟରେ କୌଣସି ସୂଚନା ମିଳିନାହିଁ । Samsung Air Dresserରେ ଜେଟ୍ ଏୟାର ସିଷ୍ଟମ ଏବଂ ତିନୋଟି ଏୟାର ହ୍ୟାଙ୍ଗର ଭଳି ଫିଚର ରହିଛି । ଏହି ଡିଭାଇସରେ ଦିଆଯାଇଥିବା ଶକ୍ତିଶାଳୀ ଜେଟ୍ ପୋଷାକରେ ଲାଗିଥିବା ଧୂଳିକୁ ସଫା କରିବାରେ ସାହାଯ୍ୟ କରିବ ।

Jet Steam Technology କଥା କହିବାକୁ ଗଲେ ଏହା ପୋଷାକକୁ ସାନିଟାଇଜ କରି ବ୍ୟାକଟେରିଆକୁ ନଷ୍ଟ କରିଥାଏ । ଅନ୍ୟପଟେ Heat Pump Drying ଜରିଆରେ କମ ତାପମାତ୍ରାରେ ପୋଷାକ ଶୁଖିଥାଏ । ଏହାଦ୍ୱାରା ପୋଷାକର ଆକାରରେ ପରିବର୍ତ୍ତନ ହୋଇନଥାଏ । Air Dresser Deodorizing Filter ସହ ଆସିଥାଏ ଯାହା ପୋଷାକରେ ଥିବା ଦୁର୍ଗନ୍ଧକୁ ଦୂର କରିଥାଏ ।

Leave a Reply