ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ଼ ଝଟକା; ଦଳ ଛାଡି ବିଜେପିରେ ମିଶିଲେ ୪ ନେତା

1 min read

ଲକ୍ଷ୍ନୗେ: ଉତ୍ତରପ୍ରଦେଶ ବିଧାନ ପରିଷଦ (ଏମଏଲସି) ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଲାଗିଛି ବଡ଼ ଝଟକା । ଦଳ ଛାଡି ବୁଧବାର ଦିନ ବିଜେପିରେ ମିଶିଛନ୍ତି ୪ ବିଧାନ ପରିଷଦ ସଦସ୍ୟ । ସେମାନଙ୍କ ମଧ୍ୟରେ ରହିଛନ୍ତି- ରବିଶଙ୍କର ସିଂହ ପପ୍ପୁ, ସିପି ଚନ୍ଦ, ରମା ନିରଞ୍ଜନ ଓ ନରେନ୍ଦ୍ର ଭଟ୍ଟି ।

ଏମାନେ ଜଣେଜଣେ ପୁରୁଖା ଓ ଦମଦାର୍ ନେତା ହୋଇଥିବାରୁ ଆଗାମୀ ୨୦୨୨ ନିର୍ବାଚନରେ ବିଜେପି ସେମାନଙ୍କୁ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ନୋଏଡାରୁ ସମାଜବାଦୀ ପାର୍ଟିର ଏମଏଲସି ଥିବା ନରେନ୍ଦ୍ର ଭଟ୍ଟି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଯିଏକି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଠ ରହିଥିଲେ।

କେବଳ ଏତିକି ନୁହେଁ ଅବୈଧ ଖନନ ମାମଲାରେ ନୋଏଡାର ଏସଡିଏମ୍ ଦୁର୍ଗାଶକ୍ତି ନାଗପାଳଙ୍କ ଦ୍ୱାରା ଯାଞ୍ଚ ବେଳେ ନରେନ୍ଦ୍ର ଭଟ୍ଟି ଚର୍ଚ୍ଚାରେ ଆସିଥିଲେ । ବିଜେପି ମଧ୍ୟ ଏହି ମାମଲାକୁ ଏକ ବଡ଼ ମୁଦ୍ଦା କରିବା ସହ ଅଖିଳେଶ ସରକାରକୁ ଘେରିଥିଲା । ଆଉ ଏବେ ସେହି ନରେନ୍ଦ୍ରଙ୍କୁ ବିଜେପି ନିଜ ଦଳରେ ସାମିଲ କରିଛି ।

ଏହାବ୍ୟତୀତ ଝାନ୍ସି-ଜାଲୌନ-ଲଲିତପୁର ସିଟରୁ ଏମଏଲସି ରମା ନିରଞ୍ଜନ ମଧ୍ୟ ସମାଜବାଦୀ ପାର୍ଟିକୁ ଅଲବିଦା କହିବା ସହ ବିଜେପିରେ ସାମିଲ ହୋଇଛନ୍ତି ।

 

Leave a Reply