ଲକଡାଇନ 3.0: ମେ’ ୪ରୁ ଅରେଞ୍ଜ୍ ଓ ଗ୍ରୀନ ଜୋନରେ ଖୋଲିବ ସେଲୁନ ଏବଂ ବ୍ୟୁଟି ପାର୍ଲର

1 min read

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ଅଧୀନରେ, ମେ ୩ ରେ ଶେଷ ହେଉଥିବା ଲକଡାଉନ୍ ବର୍ତ୍ତମାନ ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ଏହା ସହିତ ଗୃହମନ୍ତ୍ରଣାଳୟ ଦେଶର ମୋଟ ୭୩୩ଟି ଜିଲ୍ଲାର କରୋନା ମାମଲା ଆଧାରରେ ରେଡ, ଗ୍ରୀନ ଏବଂ ଅରେଞ୍ଜ ଜୋନକୁ ବିଭକ୍ତ କରିଛି । ସେଲୁନ୍ ଏବଂ ପାର୍ଲର ଦୋକାନ ଖୋଲିବାକୁ ଏପର୍ଯ୍ୟନ୍ତ କୌଣସି ଜୋନ୍ ଅନୁମତି ଦିଆଯାଇ ନଥିଲା, କିନ୍ତୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ୪ ତାରିଖରୁ ଲକଡାଉନ୍ ର ତୃତୀୟ ପର୍ଯ୍ୟାୟରେ ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ପାର୍ଲର ଏବଂ ସେଲୁନ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ରେ ଇ- କମର୍ସ କମ୍ପାନୀଗୁଡିକ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଗୃହ ମନ୍ତ୍ରଣାଳୟ ରେଡ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଟି ଜିଲ୍ଲା ଏବଂ ସବୁଜ ଜୋନରେ ୩୧୯ ଟି ଜିଲ୍ଲା ରହିଛି । ପାର୍ଲର, ସେଲୁନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ତଥା ସାମଗ୍ରୀ ଯୋଗାଉଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡିକରେ ମେ ୪ ରୁ ଖୋଲିବ ।

ଗ୍ରୀନ ଜୋନରେ ଉପଲବ୍ଧ ହେବ ଏହି ସବୁ ରିହାତି

ଏହା ବ୍ୟତୀତ, ଗ୍ରୀନ ଜୋନ ଅଞ୍ଚଳରେ ଜାତୀୟ ସ୍ତରରେ ଲାଗିଥିବା କଟକଣା ବ୍ୟତୀତ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଏଠାରେ ସମ୍ପୂର୍ଣ୍ଣ ଛାଡ କରାଯିବ | ୫୦ ପ୍ରତିଶତ ଯାତ୍ରୀଙ୍କ ସହ ବସ୍ ଚଲାଇବାକୁ ଏଠାରେ ଅନୁମତି ଦିଆଯାଇଛି । ଗ୍ରୀନ ଜୋନ୍ ରେ ରହୁଥିବା ଲୋକମାନେ ଅନ୍ୟ ଗ୍ରୀନ ଜୋନ ଅଞ୍ଚଳକୁ ଯିବା ଆସିବା କରିପାରିବେ ।

Leave a Reply