ଇଦରେ ସଲମାନ ୟଶଙ୍କ ମଧ୍ୟରେ ହେବ ଟକ୍କର!

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଭାଇଜାନ ସଲମାନ ଖାନ ନିଜର ଅପକମିଙ୍ଗ ପ୍ରଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାଇଜାନଙ୍କ ପ୍ରଶଂସକ ତାଙ୍କ କମବ୍ୟାକକୁ ଅନେଇ ରହିଛନ୍ତି । ବିଗତ ବର୍ଷ ଭାଇଜାନଙ୍କ ପାଇଁ ଆଭରେଜ ରହିଥିଲା । କିସିକା ଭାଇ କିସି କି ଜାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲା । ଅନ୍ୟପଟେ ’ଟାଇଗର ୩’ ଠିକ ଠାକ ବ୍ୟବସାୟ କରିଥିଲା । କିନ୍ତୁ ଦୀର୍ଘ ଦିନରୁ ଭାଇଜାନ ନିଜର କମବ୍ୟାକ ଖୋଜୁଥିବାବେଳେ ଅପକମିଙ୍ଗ ଫିଲ୍ମ ସଲମାନଙ୍କ ପାଇଁ ଖାସ ରହିପାରେ ବୋଲି ଚର୍ଚ୍ଚା ସାଉଥ ଅଭିନେତା ୟଶଙ୍କ ପ୍ରତିଯୋଗିତା ହେବ । ରାକିଙ୍ଗ ଷ୍ଟାର ୟଶଙ୍କ ଫିଲ୍ମ ଟାକ୍ସିକ ମଧ୍ୟ ଇଦରେ ରିଲିଜ ହେବାକୁ ଯାଉଛି । କେଜିଏଫ ଫିଲ୍ମ ପରେ ୟଶଙ୍କ କ୍ରେଜ ଜବରଦସ୍ତ ରହିଥିବା ବେଳେ ଏହାର ପ୍ରଭାବ ସଲମାନ ଖାନଙ୍କ ଫିଲ୍ମ ଉପରେ ପଡିପାରେ ବୋଲି ସିନେ ସମୀକ୍ଷକମାନେ ମତ ରଖିଛନ୍ତି । କହିରଖୁ ଯେ ୨୦୨୫ ଏପ୍ରିଲ ୧୦ ତାରିଖ ଇଦ ମୌକାରେ ଉଭୟଙ୍କ ସିନେମା ବକ୍ସ ଅଫିସରେ ରିଲିଜ ହେବାକୁ ରହିଛି । ତେବେ ବକ୍ସ ଅଫିସରେ ଜବରଦସ୍ତ କ୍ଲେସ ଦେଖାଯିବା ସ୍ବଭାବିକ କଥା । ତେବେ ଏହି କ୍ଲେସରେ କିଏ ଆଗରେ ରହୁଛି ତାହା ଆସୁଥିବା ସମୟ ହିଁ କହିପାରିବ ।