ରିଲିଜ୍ ହେଲା ’ସଲାମ ଭେଙ୍କି’ର ଟ୍ରେଲର

1 min read

ମୁମ୍ବାଇ: ସୋମବାର ରିଲିଜ୍‌ ହେଲା ’ସଲାମ ଭେଙ୍କି’ର ଟ୍ରେଲର । ଟ୍ରେଲରରେ କାଜୋଲଙ୍କୁ ମା’ ଚରିତ୍ରରେ ଦେଖିବାକୁ ମିଳିଛି । ଅଭିନେତ୍ରୀ ରେବତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏଭଳି ମା’-ପୁଅଙ୍କ କାହାଣୀ ଦେଖିବାକୁ ମିଳିବ ଯାହା ଖୁବ୍‌ ହୃଦୟସ୍ପର୍ଶୀ । ଉଭୟ ତାଙ୍କ ଜୀବନରେ କିଭଳି କଠିନ ସମୟର ସାମ୍ନା କରିଛନ୍ତି ତାହା ଏହି ଚଳଚ୍ଚତ୍ରରେ ନଜର ଆସିବ ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ କାଜୋଲଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ ଫିଲ୍ମ ତ୍ରିଭାଙ୍ଗାରେ ଦେଖିବାକୁ ମିଳିଥିଲା । ରୂପେଲି ପରଦାରେ ଶେଷଥର ପାଇଁ ଫିଲ୍ମ ତାହ୍ନାଜୀରେ ନଜର ଆସିଥିଲେ କାଜୋଲ । ଫିଲ୍ମରେ କାଜୋଲଙ୍କ ବିପକ୍ଷରେ ନଜର ଆସିଥିଲେ ଅଜୟ ଦେବଗନ୍‌ । ତେବେ ଫିଲ୍ମ ’ସଲାମ ଭେଙ୍କି’ରେ ମିଷ୍ଟର ପର୍ଫେକ୍ସନିଷ୍ଟ ଆମୀର ଖାନଙ୍କୁ କ୍ୟାମିଓରେ ଦେଖିବାକୁ ମିଳିବ । ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାଜେଶ ଖନ୍ନା ଷ୍ଟାରର ଫିଲ୍ମ ‘ଆନନ୍ଦ’ର ବେଶ୍‌ ଲୋକପ୍ରିୟ ଡାଏଲଗ୍‌ ‘ଜିନ୍ଦେଗୀ ଲମ୍ବି ନହିଁ ବଡ଼ି ହୋନି ଚାହିଏ’ ଶୁଣିବାକୁ ପାଇବେ ଦର୍ଶକ ।

ସୂଚନାଯୋଗ୍ୟ, ‘ସଲାମ ଭେଙ୍କି’ ହେଉଛି ରେବତୀଙ୍କ ଦ୍ୱିତୀୟ ଲମ୍ବା ଫିଚର ଫିଲ୍ମ । ରେବତୀ ଭାଇରସ୍‌,ମେଜର,ଅବ୍‌ ତକ୍‌ ଛପନ,ଟୁ ଷ୍ଟେଟସ୍‌ ଏବଂ ମାର୍ଗାରିଟାରେ ରେବତୀଙ୍କୁ ଦେଖିବାକୁ ମିଳିଥିଲା ।