’ସକାଳ’ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ରାଜ୍ୟବ୍ୟାପୀ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

1 min read

ଭୁବନେଶ୍ବର: ’ସକାଳ’ ଖବର କାଗଜର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ଭୁବନେଶ୍ବରରେ ମଧ୍ୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜୁନିୟର ବର୍ଗରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭାଗନେଇଥିଲେ । ଆଧୁନିକତା ଓ ପାରିବାରିକ ସମ୍ପର୍କ ବିଷୟରେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ  ସକାଳର  ବରିଷ୍ଠ ସହ ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି, ସର୍କୁଲେସନ ଡିଜି.ଏମ୍ ବିଜୟ କୁମାର ଦାସ, ସହକାରୀ ବାର୍ତ୍ତା ସଂପାଦକ ମହେଶ୍ବର ସାହୁ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ବିଚାରକ ଜିତେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆଜିର ଏହି ବିତର୍କ ରେ କୁଇଂଶି ପ୍ରଭା ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ତିରିଶ ଜିଲ୍ଲାରେ ଚାଲୁଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ଏକ ତାରିଖରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବେ ଓ ସେମାନଙ୍କୁ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ପୁରସ୍କୃତ କରାଯିବ ।

ସକାଳର ତୃତୀୟ ସ୍ବନକ୍ଷତ୍ର ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ କନ୍ଧମାଳରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି  । ଫୁଲବାଣୀ ଲୋକ ସମ୍ପର୍କ ବିଭାଗ କନଫରେନ୍ସ ଗୃହରେ ବିଭିନ୍ନ ସ୍କୁଲ ଏବଂ କଲେଜରେ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ  । ସିନିଅର ଏବଂ ଜୁନିଅର ଦୁଇଟି ବର୍ଗରେ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ବିଷୟ ଥିଲା ଆଧୁନିକତା ଓ ପାରିବାରିକ  । ସେହିଭଳି ସିନିଅର ବର୍ଗରେ ରୂପାନ୍ତରଣରେ ଓଡ଼ିଶା ବିଷୟବସ୍ତୁ ରହିଥିଲା  । ଜୁନିଅର ବର୍ଗରେ ଆକାଂକ୍ଷା କର ପ୍ରଥମ ହୋଇଥିବାବେଳେ ସିଦ୍ଧିରାଜ୍ଞା ମହାନ୍ତି ଦ୍ଵିତୀୟ ଓ ସ୍ମୃତି ରେଖା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ l ସେହିଭଳି ସିନିଅର ସଂସ୍କରଣ ବିତର୍କ ପ୍ରତିଯୋଗୀତାରେ ସ୍ମରଣିକା ତ୍ରିପାଠୀ ପ୍ରଥମ , କୁମୁଦିନୀ ମଲ୍ଲିକ ଦ୍ବିତୀୟ ଏବଂ ଶ୍ରୀୟା ପ୍ରଧାନ, ଆକାଶ ଧଳ ତୃତୀୟ ସ୍ଥାନ ଅଧିକାର କରିଥିଲେ  l ପ୍ରତିଯୋଗିତାରେ ବ୍ରଜ ବିହାରୀ ନନ୍ଦ, ଡମ୍ବରୁ ଧର ସାହୁ, ପ୍ରଣତି ତ୍ରିପାଠୀ ବିଚାରକ ଭାବେ ଯୋଗ ଦେଇଥିଲେ l ଅଶୋକ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।

ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର ଉପଲକ୍ଷେ ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସେଣ୍ଟ ଜାଭିୟର୍ସ ଇଣ୍ଟରନାସନାଲ୍ ସ୍କୁଲ ପରିସରରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସିନିୟର୍ ଓ ଜୁନିଅର ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗି ମାନଙ୍କୁ ବିତର୍କ ପାଇଁ ବିଭିନ୍ନ ବିଷୟବସ୍ତୁ ଦିଆଯାଇଥିଲା । ୬ ଜଣିଆ ବିଚାରକ ମଣ୍ଡଳୀ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଶେଷରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସିନିୟର୍ ଓ ଜୁନିଅର ବର୍ଗରେ ପ୍ରଥମ ହୋଇଥିବା ପ୍ରତିଯୋଗୀଙ୍କୁ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା ।

ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ବନକ୍ଷତ୍ର ଅବସରରେ ବରଗଡ଼ରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ବିକାଶ ଫାଷ୍ଟ ଷ୍ଟେପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଜୁନିୟର ବର୍ଗରେ ଆଧୁନିକତା ଓ ପାରିବାରିକ ସମ୍ପର୍କ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସିନିୟର ବର୍ଗରେ ରୂପାନ୍ତରିତ ଓଡ଼ିଶା ବିଷୟରେ ବତର୍କ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ଼ ADM ପବିତ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିକାଶ ଫାଷ୍ଟ ଷ୍ଟେପ ସ୍କୁଲର ମୁଖ୍ୟ ଡି.ନାଗେଶ୍ବର ରାଓ ଯୋଗଦେଇଥିଲେ । ଜୁନିୟର ବର୍ଗରେ ଅନିଘ୍ୟାଦତ୍ୟା ଯୋଶୀ ପ୍ରଥମ ଆୟାକୁ ପରିତା ଦ୍ବିତୀୟ ଓ ଅଂଶୁମାନ ପ୍ରିୟଦର୍ଶୀ ତୃତୀୟ ହୋଇଥିଲେ। ସେହିପରି ସିନିୟର ବର୍ଗରେ ଦୁଲାରୀ ପ୍ରଧାନ ପ୍ରଥମ, ମଧୁସୂଦନ ମେହେର ଦ୍ବିତୀୟ ଓ ଅବିନାଶ ନାଗ ତୃତୀୟ ହୋଇଥିଲେ ।

ସେହିପରି କେନ୍ଦୁଝରରେ ମଧ୍ୟ ଦୈନିକ ସକାଳର ତୃତୀୟ ସ୍ବନକ୍ଷତ୍ର ଦିବସ ଅବସରରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କେନ୍ଦୁଝର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦୁଇଟି ବର୍ଗରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  ।  ସିଟିଜିର ସାଇ ସୌମ୍ୟା ମିଶ୍ର ସିନିଅର ବର୍ଗରେ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସୌମ୍ୟା ରଞ୍ଜିତା ଦାସ ଜୁନିଅର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି  । କାର୍ଯ୍ୟକ୍ରମରେ ରୋଟାରିଆନ ତଥା ସିଟିଜି ଗ୍ରୁପର ଅଧକ୍ଷ୍ୟ ଡ଼ଃ ରାଜେନ୍ଦ୍ର  ପଲେଇ  ମୁଖ୍ୟ ଅତିଥିଭାବେ ଯୋଗଦେଇ ସକାଳ ଏବଂ ନନ୍ଦିଘୋଷ ଟିଭି ଯୁବପିଢ଼ିଙ୍କ ପାଇଁ ନିଆରା କାର୍ଯ୍ୟକ୍ରମ କରିଛି ବୋଲି କହିଥିଲେ । ସକାଳର ଜିଲ୍ଲା ପତିନିଧି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ନନ୍ଦିଘୋଷ ଟିଭିର କେନ୍ଦୁଝର ପ୍ରତିନିଧି ମାନସ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦୈନିକ ଖବରକାଗଜ ସକାଳର ତୃତୀୟ ସ୍ଵର୍ଣକ୍ଷେତ୍ର ଅବସରରେ ଅନୁଗୁଳ ଟ୍ରକ ଆସୋସିଏସନ ସଭଘରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ସକାଳର ଜିଲ୍ଲା ପ୍ରତିନିଧିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଧରଣୀଧର ନାଥ ଓ ବରିଷ୍ଠ ଓକିଲ ପରମାନନ୍ଦ ମିଶ୍ର ଅତିଥି ଭାବେ ଯୋଗ ଦେଇ ଏହି ବିତର୍କ ପ୍ରତିଯୋଗିତାର ଶୁଭାରମ୍ବ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ  ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଜୁନିଅର ବିଭାଗରେ ଆମ ଓଡ଼ିଆ ଭାଷା କେତେ ସୁରକ୍ଷିତ ଓ ସିନିଆର ବିଭାଗରେ ନୂତନ ଶିକ୍ଷାନୀତି ଉପଯୋଗୀ କି ଭଳି ବିଷୟ ନେଇ ପ୍ରତିଯୋଗିତା ହୋଇଥିଲା । ଉଭୟ ବର୍ଗରେ ଛାତ୍ରଛାତ୍ରୀ ମାନେ ନିଜର ସୁନ୍ଦର ମନ୍ତବ୍ୟ ରଖିଥିଲେ । ଉଡାଯାପନି ଉତ୍ସବରେ ପୂର୍ବତନ ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ସକାଳ ଓ ନନ୍ଦିଘୋଷ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉ ଥିବାରୁ ଉଭୟ ପରିବାରକୁ ସାଧୁବାଦ ଦେଇଥିଲେ ଅତିଥି । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରତିଭାର ବିକଶିତ କରି ପାରିବେ ।

ରାଜ୍ୟର ସମସ୍ତ ଜିଲ୍ଲାରେ ଏଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗିଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।