spot_img

Latest Posts

ବିଶ୍ଵର ସବୁଠୁ ବଡ଼ ମରୁଭୂମିରେ ଭୟଙ୍କର ବନ୍ୟା

ନନ୍ଦିଘୋଷ ବ୍ୟୁରୋ : ମରୁଭୂମିରେ ବନ୍ୟା। ବିଶ୍ଵର ସବୁଠୁ ବଡ଼ ମରୁଭୂମିରେ ଭୟଙ୍କର ବନ୍ୟା। ଆଫ୍ରିକାର ସାହାରା ମରୁଭୂମିରେ ଏହି ବନ୍ୟା ହୋଇଛି। ଦକ୍ଷିଣ ମରୋକ୍କୋରେ ଦୁଇ ଦିନ ଧରି ଭୟଙ୍କର ଭାବେ ଲଗାଣ ବର୍ଷା ହୋଇଥିଲା। ଏହା ଫଳରେ ସୃଷ୍ଟି ହୋଇଛି ବନ୍ୟା।  ମରୋକ୍କୋର ପାଣିପାଗ ବିଭାଗର ସୂଚନା ଅନୁସାରେ ୫୦ ବର୍ଷ ପରେ ସାହାରାରେ ବର୍ଷା ସହିତ ବନ୍ୟା ହୋଇଛି। ମାତ୍ର ୨୪ ଘଣ୍ଟାରେ ୧୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇଥିଲା। ଏତିକି ବର୍ଷା ପୁରା ବର୍ଷରେ ହୋଇ ନ ଥାଏ। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟାର ପୁରା ଅଞ୍ଚଳରେ ଦୀର୍ଘମିଆଦୀ ପ୍ରଭାବ ପକାଇବ ବୋଲି କୁହାଯାଇଛି। ଆର୍ଦ୍ରତା ରହିଥିବାରୁ ଆଗରୁ ଝଡ଼ ବର୍ଷା ବି ହୋଇପାରେ। ନାସାର ସାଟେଲାଇଟ୍ ଚିତ୍ର ରୁ ଜଣା ପଡ଼ିଛି,ବହୁ ସ୍ଥାନରେ ଜମା ହୋଇଛି ପାଣି। ଏପରିକି ତାଳ ଗଛର ଅଧାଅଧି ପାଣିରେ ବୁଡ଼ି ଯାଇଥିଲା। ଆଫ୍ରିକାର ଉତ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଅଞ୍ଚଳରେ ୯୦ ଲକ୍ଷ ବର୍ଗ କିଲୋମିଟରରେ ସାହାରା ମରୁଭୂମି ରହିଛି। ଏବେ ଯେଉଁ ବନ୍ୟା ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଆଗରୁ ନିୟମିତ ଭାବେ ଏହି ଅଞ୍ଚଳରେ ଝଡ଼ ତୋଫାନ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶଙ୍କା କରିଛନ୍ତି।

Latest Posts

Don't Miss