ଉତ୍ତରକାଶୀରେ ଟନେଲରେ ଫସିଥିବା ଓଡ଼ିଆ ଶ୍ରମିକ ସୁରକ୍ଷିତ

1 min read

ବ୍ୟୁରୋ ରିପୋର୍ଟ: ଉତ୍ତରକାଶୀରେ ଓଡ଼ିଆ ଶ୍ରମିକ ଟନେଲରେ ଫସିବା ଘଟଣାରେ ମିଳିଛି ଆଶ୍ବସ୍ତିକର ଖବର । ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବା ନେଇ ଦିନିରାତି ଏକ କରିଦେଇଛନ୍ତି NDRF,SDRF ଓ ଟନେଲ ବିଶେଷଜ୍ଞ ଟିମ୍ । ଏ ସଂପର୍କରେ ନନ୍ଦିଘୋଷ ଟିଭିକୁ ସୂଚନା ଦେଲେ ଉତ୍ତରକାଶୀ କଣ୍ଟ୍ରୋଲରୁମ ଅଧିକାରୀ । ଫସିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି ।  ଟନେଲ ଭିତରକୁ ଖାଦ୍ୟ ଓ ଅମ୍ଲଜାନ ଦିଆଯାଉଛି । ଫସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରହିଛି । ଉଦ୍ଧାର କାର୍ଯ୍ୟରେ ପ୍ରତିକୂଳ ପାଗ ବାଧା ସୃଷ୍ଟି କରୁଛି ଖୁବଶୀଘ୍ର ସମସ୍ତ ଶ୍ରମିକ ଉଦ୍ଧାର ହେବେ ବୋଲି ସେ କହିଛନ୍ତି । ଉତ୍ତରକାଶୀ ଅତିରିକ୍ତ ଜିଲ୍ଲାପାଳ ତିରଥପାଲ୍ ସିଂ ନନ୍ଦିଘୋଷ ଟିଭିକୁ ସୂଚନା ଦେଇ କହିଛନ୍ତି ଯେ, ଟନେଲ ଭିତରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଆଜି ରାତି କିମ୍ବା କାଲି ସୁଦ୍ଧା ଉଦ୍ଧାର ହୋଇପାରନ୍ତି ଫସିଥିବା ଶ୍ରମିକ । ସମସ୍ତ ୪୦ଶ୍ରମିକଙ୍କ ଅବସ୍ଥା ଭଲ ଅଛି । ଦୁର୍ଘଟଣା ସ୍ଥଳରୁ ମାଟି ଓ ଭଗ୍ନାବଶେଷ ଉଠାଯାଉଛି, ଯାହାକ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ଏହାପରେ ଫସିଥିବା ୪୦ଶ୍ରମିକଙ୍କୁ ଉଦ୍ଧାର କରାଯିବ ବୋଲି  ଏଡିଏମ କହିଛନ୍ତି।