ହକି ପାଇଁ ଓଡ଼ିଶାର ଅବଦାନକୁ ଆଜାରୁଦ୍ଦିନଙ୍କ ପ୍ରଶଂସା,ବାକି ରାଜ୍ୟଙ୍କୁ ଅନୁକରଣ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ। ଓଡ଼ିଶାରେ ଏକ ନୂଆ କ୍ରିକେଟ ଏକାଡେମୀର ଭିତ୍ତିଭୂମି ଦେଖିବାକୁ ସେ ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଖୋର୍ଦ୍ଧା ଯାଇ ସେଠାରେ କ୍ରିକେଟ ଏକାଡେମୀ ପାଇଁ ଭିତ୍ତିଭୂମି ବୁଲି ଦେଖିଥିଲେ। ଏହି ଏକ କ୍ରିକେଟ ଏକାଡେମୀ ଖୋର୍ଦ୍ଧାରେ ହେବାକୁ ଯାଉଛି। ଯାହାର କୋଚିଂ ଦାୟିତ୍ୱ ଆଝାରୁଦ୍ଦିନଙ୍କୁ ଦିଆଯାଇଛି। ସେଥିପାଇଁ ସେ ଏହାର ଭିତ୍ତଭୂମି ଦେଖିବାକୁ ଓଡ଼ିଶା ଆସିଛନ୍ତି। ଓଡ଼ିଶା ଗସ୍ତରେ ଆସି ଆଜାରୁଦ୍ଦିନ ହକି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ବାକି ରାଜ୍ୟଙ୍କୁ ଏହାର ଅନୁକରଣ କରିବାକୁ କହିଛନ୍ତି ।

ନନ୍ଦିଘୋଷ ଟିଭିକୁ ଦେଇଥିବା ସାକ୍ଷାତକାରରେ  ଆଜାରୁଦ୍ଦିନ କହିଛନ୍ତି ଯେ, ଭଲ ଖେଳିବାକୁ ହେଲେ ଏବଂ ଜଣେ ଭଲ ଖେଳାଳି ହେବାକୁ ହେଲେ ଜୀବନରେ ଅନେକ କିଛି ତ୍ୟାଗ କରିବାକୁ ପଡ଼ିଥାଏ। ଜୀବନରେ ଯେପର୍ଯ୍ୟନ୍ତ ତ୍ୟାଗ ନକରିଛ ସେପର୍ଯ୍ୟନ୍ତ ଭଲ ଖେଳାଳି ହୋଇପାରିବ ନାହିଁ ବୋଲି ଆଜାରୁଦ୍ଦିନ କହିଛନ୍ତି। ଖେଳରେ ସବୁଦିନ ଅଭ୍ୟାସ କରିବା ନିହାତି ଆବଶ୍ୟକ ଏବଂ ଖେଳରେ ତୁମର ଲକ୍ଷ୍ୟ ସ୍ଥିର ରହିବା ନିହାତି ଦରକାର। ବିନା ଲକ୍ଷ୍ୟରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ବହୁତ କଷ୍ଟ। ମୋ ଭାଗ୍ୟ ମୁଁ ଓଡ଼ିଶାର ଯୁବ ଖେଳାଳି  ମାନଙ୍କୁ କୋଚିଂ ଦେବି। ଓଡ଼ିଶାରେ ଯଦି ଯୁବ ଖେଳାଳି ମୋଠାରୁ ଶିଖିବାକୁ ଚାହିଁବେ ମୁଁ ବହୁତ ଖୁସି ହେବି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଆଜାରୁଦ୍ଦିନ। ଏଥିପାଇଁ ସେ ଓଡ଼ିଶାର ଅବଦାନକୁ ସ୍ୱୀକାର କରିଛନ୍ତି । ଓଡ଼ିଶା ସରକାର ହକି ବିକାଶ ପାଇଁ ବହୁତ କାର୍ଯ୍ୟ କରିଛନ୍ତି । ଯେଉଁଥିପାଇଁ ରାଜ୍ୟ ହକିର ହବ୍ ପାଲଟିଛି । ବାକି ରାଜ୍ୟ ଓଡ଼ିଶାଠାରୁ ଏନେଇ ଶିଖିବାର ଅଛି ବୋଲି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପ୍ଟେନ ନନ୍ଦିଘୋଷ ଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।
ହକିରେ ଏଥର ଭାରତ ଭଲ ପ୍ରଦର୍ଶନ କରିଛି ସେଥିପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ଆଜାରୁଦ୍ଦିନ। ସେ କହିଛନ୍ତି ଓଡ଼ିଶା ସରକାର ହକିକୁ ନେଇ ବହୁତ ଭଲ ପଦକ୍ଷେପ ନେଉଛି। ଏମିତି ସାହାଯ୍ୟ କରିଚାଲିଲେ ହକି ଖେଳାଳି ଆଗକୁ ବହୁତ ଭଲ କରିବେ।

Leave a Reply