ଅଷ୍ଟ୍ରେଲିଆର ଏହି ବୋଲର ନ୍ୟୁଜିଲାଣ୍ଡ୍ ପାଇଁ ହୋଇ ପାରନ୍ତି ବିପଦ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଫାଇନାଲ ଆଉ କିଛି ଘଣ୍ଟା ମଧ୍ୟରେ ଖେଳାଯିବ । ନ୍ୟୁଜିଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ଉପରେ କ୍ରିକେଟ ଫ୍ୟାନଙ୍କ ନଜର ରହିଛି । ଏହି ଫାଇନାଲ ଫାଇଟ ଆଜି ସନ୍ଧ୍ୟା ୭.୩୦ରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।

ଟି-୨୦ ବିଶ୍ବକପର ଏହି ମହାମୁକିବାଲି ପୂର୍ବରୁ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ଲେଗ୍ ସ୍ପିନର ଆଡାମ୍ ଜାମ୍ପାଙ୍କର ପ୍ରଶଂସା କରିଛନ୍ତି । ତେନ୍ଦୁଲକର କହିଛନ୍ତି କି ଜାମ୍ପା ବ୍ୟାଟ୍ସମ୍ୟାନଙ୍କ ମୁଭମେଣ୍ଟ ଦେଖି ବଲ ରିଲିଜ୍ କରିଥାନ୍ତି । ଯାହା ଦର୍ଶାଉଛି କି ଏହି ବୋଲର ଦମଦାର ଫର୍ମରେ ରହିଛନ୍ତି । ସଚିନ ତେନ୍ଦୁଲକର ଫେସବୁକରେ ପୋଷ୍ଟ କରିଥିବା ଭିଡିଓରେ କହିଛନ୍ତି କି ମୁଁ ଜାମ୍ପାଙ୍କ ବୋଲିଂରେ ଗୋଟିଏ କଥା ଦେଖିଛି । ଯେତେବେଳେ ବ୍ୟାଟ୍ସମ୍ୟାନ କ୍ରିଜ୍ ବାହାରକୁ ବାହାରି ଥାନ୍ତି, ସେ ସମୟରେ ତାଙ୍କ ରିଲିଜ୍ ପଏଣ୍ଟ ପରେ ହୋଇଥାଏ । ଯଦି ଆପଣ ବଲକୁ ମୁଣ୍ଡ ଉପରୁ ରିଲିଜ କରିବେ ତେବେ ଏହା ଭଲ ଲେନ୍ଥରେ ପଡ଼ିଥାଏ । ତେନ୍ଦୁଲକର କହିଛନ୍ତି କି ଯେତେବେଳେ ବ୍ୟାଟ୍ସମ୍ୟାନ କ୍ରିଜ୍ ବାହାରକୁ ବାହାରିଥାନ୍ତି ସେଥିପାଇଁ ସେ ବଲକୁ ବିଳମ୍ବରେ ରିଲିଜ କରିଥାନ୍ତି । ଆପଣ କିଛି ଥର ଦେଖିଥିବେ କି ଯେତେବେଳେ ବ୍ୟାଟ୍ସମ୍ୟାନ ବାହାରକୁ ଆସିଥାନ୍ତି ସେ ସମୟରେ କିନ୍ତୁ ବଲ ବ୍ୟାଟ୍ସମ୍ୟାନଙ୍କ ହିଟିଂ ଜୋନ ବାହାରେ ରହିଥାଏ , ବଲ ବ୍ୟାଟ୍ସମ୍ୟାନଙ୍କଠାରୁ ଦୂରରେ ରହିଥାଏ । ଏହା ଜଣେ ବୋଲର ସେତେବେଳେ କରିପାରେ ଯେତେବେଳେ ବୋଲର ଦମଦାର ଫର୍ମରେ ରହିଥାଏ ।

ତେନ୍ଦୁଲକର ଆହୁରି କହିଛନ୍ତି କି ଯେତେବେଳେ ବ୍ୟାଟ୍ସମ୍ୟାନ କ୍ରିଜରୁ ଭିତରେ ରହି ଖେଳନ୍ତି ସେହି ସମୟରେ ସେ ବଲକୁ ଜଲ୍ଦି ରିଲିଜ କରନ୍ତି । ତେବେ ଜାମ୍ପାଙ୍କ ବଲରେ ଅଧିକ ଗତି ଦିଅନ୍ତିନି । କିନ୍ତୁ ବଲର ଲେନ୍ଥ ଆଗରେ ରହିଥାଏ । ତେବେ ମୋର ଏକ ଭାଷ୍ୟକାରଙ୍କ କଥା ମନେ ପଡ଼ୁଛି ଯିଏ ଦିନେ କହିଥିଲେ କି ଜାମ୍ପା ୟର୍କର ଲେନ୍ଥରେ ବୋଲିଂ କରୁଛନ୍ତି ବୋଲି ଭିଡିଓରେ କହିଛନ୍ତି ସଚିନ ତେନ୍ଦୁଲକର । ଜଣେ ଲେଗ ସ୍ପିନର ଏପରି ବେଲିଂ କରୁଥିବା ଆପଣ କେବେ ଦେଖିନଥିବେ ।

ତେବେ ଚଳିତ ଟି-୨୦ ବିଶ୍ବକପରେ ଆଡାମ ଜାମ୍ପା ୬ଟି ମ୍ୟାଚରେ ୧୨ଟି ଓ୍ବିକେଟ ସହ ଏହି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ସର୍ବାଧିକ ଓ୍ବିକେଟ ଅକ୍ତିଆର କରିଥିବା ବୋଲର ଅଟନ୍ତି । ସେ କେବଳ ଶ୍ରୀଲଙ୍କା ବୋଲର ଓ୍ବାନିନ୍ଦୁ ହାସରଙ୍ଗାଙ୍କ ପଛରେ ରହିଛନ୍ତି । ହାସରଙ୍ଗା ୮ ମ୍ୟାଚ ଖେଳି ୧୬ ଟି ଓ୍ବିକେଟ ଅକ୍ତିଆର କରିଛନ୍ତି । ଜାମ୍ପା ସୁପର ୧୨ ଗ୍ରୁପ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୧୯ ରନ ଦେଇ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ଯାହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

Leave a Reply