ବିଜୟ ହଜାରେ ଟ୍ରଫିରେ ଋତୁରାଜଙ୍କ ରାଜ୍; ୩ ମ୍ୟାଚରେ ସଂଗ୍ରହ କଲେ ୪୧୪ ରନ

1 min read

ମୁମ୍ବାଇ: ଦମଦାର ଫର୍ମରେ ଅଛନ୍ତି ଋତୁରାଜ ଗାଇକ୍ୱାଡ । ୨୦୨୧ ଋତୁରାଜଙ୍କ ପାଇଁ ଆକର୍ଷଣୀୟ ବର୍ଷ ଥିଲା । ଇଣ୍ଡିଆନ ପ୍ରିମିୟର ଲିଗରେ ଦମଦାର ପ୍ରଦର୍ଶନ ଫଳରେ ଅରେଞ୍ଜ କ୍ୟାପ ପାଇଥିଲେ ଋତୁରାଜ । ଆଇପିଏଲର ଦମଦାର ଫର୍ମ ସୟଦ ମୁସ୍ତାକ ଅଲ୍ଲୀ ଓ ବର୍ତ୍ତମାନ ଚାଲୁଥିବା ବିଜୟ ହଜାରେ ଟ୍ରଫିରେ ଜାରି ରଖିଛନ୍ତି । ଋତୁରାଜ ଚଳିତ ବିଜୟ ହଜାରେ ଟ୍ରଫିରେ ଲଗାତର ତିନୋଟି ମ୍ୟାଚରେ ତିନୋଟି ଶତକ ହାସଲ କରିଛନ୍ତି । ୧୧ ଡିସେମ୍ବରରେ ଖେଳାଯାଇଥିବା ମ୍ୟାଚରେ ଋତୁରାଜ ଗାଇକ୍ୱଡ କେରଳ ବିପକ୍ଷରେ ୧୨୯ ବଲରେ ୧୨୪ ରନର ଦମଦାର ପାରି ଖେଳିଥିଲେ ।

ଚଳିତ ବିଜୟ ହଜାରେ ଟ୍ରଫିରେ ଋତୁରାଜ ମଧ୍ୟପ୍ରଦେଶ ବିପକ୍ଷରେ ଦମଦାର ଶତକ ହାସଲ କରିଥିଲେ । ମଧ୍ୟପ୍ରଦେଶ ବିପକ୍ଷରେ ୧୧୨ ବଲରେ ୧୩୬ ରନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଛତିଶଗଡ଼ ବିପକ୍ଷରେ ଅପରାଜିତ ୧୫୦ ରନ କରିଥିଲେ । ୨୭୬ ରନର ଲକ୍ଷ୍ୟ ପିଛା କରୁଥିବାବେଳେ ଋତୁରାଜ ଦମଦାର ୧୫୪ ରନ କରିଥିଲେ । ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିବା ପରେ ଆଜି ତୃତୀୟ ମ୍ୟାଚରେ ମଧ୍ୟ କେରଳ ବିପକ୍ଷରେ ଦମଦାର ଶତକ ହାସଲ କରିଥିଲେ ଋତୁରାଜ।

ଋତୁରାଜ ଗାଇକ୍ୱଡ ଏହା ପୂର୍ବରୁ IPL-2021ରେ ୧୬ଟି ମ୍ୟାଚ ଖେଳି ୬୩୫ ରନ ସଂଗ୍ରହ କରିଥିଲେ । ୨୦୨୧ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଋତୁରାଜ ଟି-୨୦ ଫର୍ମାଟରେ ପ୍ରଥମ ଶତକ ହାସଲ କରିଥିଲେ । ଏହା ପରେ ସୟଦ ମୁସ୍ତାକ ଅଲ୍ଲୀରେ ଋତୁରାଜ ୫ ମ୍ୟାଚରେ ୩ଟି ଅର୍ଦ୍ଧଶତକ ସହ ୨୫୯ ରନ କରିଥିଲେ । ସେହିପରି ଭାବରେ ଋତୁରାଜ ବିଜୟ ହଜାରେ ଟ୍ରଫିରେ ୩ ମ୍ୟାଚ ଖେଳି ୪୧୪ ରନ ସଂଗ୍ରହ କରିଛନ୍ତି ।

Leave a Reply