RussiaUkraineWar: ମାରିୟୁପୋଲରେ ଚାଲିଛି ଉଦ୍ଧାର କାର୍ଯ୍ୟ

1 min read

ମାରିଓପୋଲ୍: ଋଷ ଓ ୟୁକ୍ରେନ୍ ଯୁଦ୍ଧକୁ ୬୮ ଦିନ ବିତିଥିବାବେଳେ ଋଷ ସୈନ୍ୟ କ୍ରମାଗତ ଅଧିକରୁ ଅଧିକ ୟୁକ୍ରେନ୍ ଇଲାକାକୁ ଟାର୍ଗେଟ କରିଛନ୍ତି। ୟୁକ୍ରେନର ଦୋନେସ୍କ ଓ ଖାରକିବରେ ପୁଣି ଋଷର ଏୟାରଷ୍ଟ୍ରାଇକ। ଆକ୍ରମଣରେ ୮ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏହା ସହ ପୂର୍ବ ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରିଛି ଋଷ।

ଖାରକିବରେ ୟୁକ୍ରେନ ସୈନ୍ୟ ଶକ୍ତିହୀନ ହୋଇ ପଛକୁ ହଟିଥିବା ସୂଚନା ମିଳିଛି । ଦୋନବାସରେ ସ୍ଥିତି ଜଟିଳ ହେଲାଣି ଏବଂ ଅଧିକାଂଶ ଅଞ୍ଚଳକୁ ଋଷ କବଜା କରିଛି । ଧ୍ବସ୍ତବିଧ୍ବସ୍ତ ବନ୍ଦରନଗରୀ ମାରିୟୁପୋଲର ଷ୍ଟିଲପ୍ଲାଣ୍ଟରେ ଫସିଥିବା ୟୁକ୍ରେନୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଭୟ ୟୁକ୍ରେନ ଓ ଋଷିଆ ଅଧିକାରୀଙ୍କ ସମନ୍ୱୟରେ ଚାଲିଛି ନାଗରିକଙ୍କ ସ୍ଥାନାନ୍ତର ପ୍ରକ୍ରିୟା।  ପାଖାପାଖି ୧୦୦ ୟୁକ୍ରେନ ନାଗରିକଙ୍କୁ ଆଜଭସ୍ତାଲ ଷ୍ଟିଲ ପ୍ଲାଣ୍ଟରୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ରେଡକ୍ରସର ଅନ୍ତର୍ଜାତୀୟ କମିଟି ଜରିଆରେ ମାରିୟୁପୋଲସ୍ଥିତ ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରୁ ବିପନ୍ନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି।

ଏହା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଆମେରିକା ବାଚସ୍ପତି ନାନସି ପାଲୋସି। କିବ୍ ଗସ୍ତରେ ଆସି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ସହ  ଯୁଦ୍ଧରେ ୟୁକ୍ରେନକୁ ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପୋଲୋସି ଘୋଷଣା କରିଛନ୍ତି । ତେଣେ ୟୁକ୍ରେନକୁ M777 155ମିମି କମାଣ ଯୋଗାଇବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଜୁରି ଦେଇଛନ୍ତି।

Russia Ukraine War One Indian Student Dead In Kharkiv

ତେବେ ଏହି ଶକ୍ତିଶାଳୀ ତଥା ହାତରେ ଅପରେଟ କରାଯାଇ ପାରୁଥିବା କମାଣ ଋଷ ଲାଗି ବିପଦ ସାବ୍ୟସ୍ତ ହେବ। ପ୍ରାୟ ୪୦ କିଲୋମିଟର ଦୂରରୁ ଗୋଳାବର୍ଷଣ କରିବା କ୍ଷମତା ହାସଲ କରିଛି ହାଓଜିର। ସେହିପରି ୟୁକ୍ରେନକୁ M777 155ମିମି କମାଣ ଯୋଗାଇବା ଲାଗି ଘୋଷଣା କରିଛି ଅଷ୍ଟ୍ରେଲିଆ ।